banner
Breaking

ରାଜ୍ୟରେ ପୁଣି ୬ପଜିଟିଭ। ଆକ୍ରାନ୍ତଙ୍କ ସ°ଖ୍ୟା ୮୩୪

0

ଭୁବନେଶ୍ୱର,୧୭/୫(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ।ସେଥିମଧ୍ୟରୁ ୨ ଜଣ ବଲାଙ୍ଗୀରର ହୋଇଥିଲା ବେଳେ ୪ ଜଣ ପୁରୀ ଜିଲ୍ଲାର। ପୁରୀରୁ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ପୁରୀ ସହରରୁ ୨, କୋଣାର୍କ ଓ ପିପିଲିରୁ ଜଣେ ଲେଖାଏଁ ।ଏମାନଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟିନ୍‌ରେ ଥିଲେ।ଏନେଇ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହଙ୍କ ସୂଚନା ଦେଇଛନ୍ତି।

ଅନ୍ୟ ଆକ୍ରାନ୍ତ ଜଣଙ୍କ କୁମ୍ଭାରପଡ଼ା ପୋଲିସ ଦ୍ୱାରା ଗିରଫ ଅଭିଯୁକ୍ତ। ଅଭିଯୁକ୍ତଙ୍କ ଘର ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ତାହା କଣ୍ଟେନମେଣ୍ଟ ହେବ ବୋଲି ସୂଚନା ମିଳିଛି। ତେବେ ଅଭିଯୁକ୍ତ ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ସମଗ୍ର ଜିଲ୍ଲା ପାଇଁ ଚିନ୍ତା ବଢାଇଛି। ସମ୍ପୃକ୍ତ ଅଭିଯୁକ୍ତ ତଥା ଆକ୍ରାନ୍ତ ଜଣକ କୁମ୍ଭାରପଡା ପୋଲିସ ଦ୍ୱାରା ଗିରଫ ହୋଇଥିଲେ।

ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରହିବାକୁ  ଏସପି କହିଛନ୍ତି। ଜଣେ ଗିରଫ ଅଭିଯୁକ୍ତଙ୍କ ନମୁନା କରୋନା ପଜିଟିଭ ଆସିବା ପରେ ଥାନା IICଙ୍କ ସହ ୩୦ କର୍ମଚାରୀଙ୍କୁ କ୍ୱାରେଣ୍ଟିନରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁମ୍ଭାରପଡ଼ା ଥାନା ପରିସରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି। ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଥାନାର ୩୦ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ହେବ।

ଏହାକୁ ମିଶାଇ ପୁରୀରେ ୨୯ ଜଣ ଚିହ୍ନଟ ହେଲେଣି। ଜଣେ ସୁସ୍ଥ ହୋଇଛନ୍ତି। ଆଉ ୨୮ଟି ଆକ୍ଟିଭ କେଶ ରହିଛି। ଆଜି ଦିନକରେ ୯୭ ପଜିଟିଭ ଚିହ୍ନଟ ହେଲେଣି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୪କୁ ବୃଦ୍ଧି ପାଇଛି। ୬୧୦ ଆକ୍ଟିଭ କେଶ ରହିଛି ଓ ୪ ଜଣଙ୍କ ମୃତ୍ୟୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.