banner
Breaking

ରାଜ୍ୟରେ ପୁଣି ୯୧ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୮୨୮ କୁ ବୃଦ୍ଧି। ପୁଣି ୨ ମୃତ୍ୟୁ।

0

ଭୁବନେଶ୍ଵର,୧୭/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଜି ପୁଣି ୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗତକାଲି ୨ଜଣ ଚିହ୍ନଟ ହୋଇଥିଲା ବେଳେ ଆଜି ୮୯ ଜଣ ଅଟନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୮୭ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୪ଜଣ ସାଧାରଣ ଲୋକ ରହିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ସରପଞ୍ଚ ଅଟନ୍ତି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରୁ ୨୮ଜଣ,ଗଞ୍ଜାମ-୧୫ ,କଟକ-୧୨,ପୁରୀ-୭,କେନ୍ଦୁଝର-୪,ଖୋର୍ଦ୍ଧା-୩,ବଲାଙ୍ଗୀର-୨(ଗତ କାଲି ଚିହ୍ନଟ), କେନ୍ଦ୍ରାପଡା, ସୁନ୍ଦରଗଡ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହା ସହିତ ଆଉ ଏକ ନୂତନ ଜିଲ୍ଲା ଭାବେ ସମ୍ବଲପୁର କରୋନା ପଞ୍ଝାରେ କବଳିତ ହୋଇଛି।

ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ୨ ମୃତ ବ୍ୟକ୍ତିମାନେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଏମାନଙ୍କ ବୟସ ୩୮ ଓ ୪୫ ବୟସର ବ୍ୟକ୍ତି । ଦୁଇ ମୃତକ ସୁରତ ଫେରନ୍ତା ବୋଲି ଜଣାପଡିଛି । ପୂର୍ବରୁ ଭୁବନେଶ୍ୱରରୁ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଗଞ୍ଜାମର ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଯାହା ରାଜ୍ୟ ସରକାରଙ୍କ ଚିନ୍ତାର କାରଣ ସାଜିଛି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କୂ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୬୨୭ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.