banner
Breaking

ରାଜ୍ୟରେ ପୁଣି ୬୫ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୭୩୭ କୁ ଵୃଦ୍ଧି।

0

ଭୁବନେଶ୍ୱର, ୧୬।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୬୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୩୧, ଗଞ୍ଜାମରୁ ୧୩,କଟକ-୬,କେନ୍ଦ୍ରାପଡା ୪,ପୁରୀ-୪,ଖୋର୍ଦ୍ଧା-୩ ମୟୂରଭଞ୍ଜ ଓ ନୟାଗଡ଼ରୁ ଦୁଇଜଣ ଲେଖା ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ରାଜ୍ୟରେ ୭୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣ ୧୬୬ ସୁସ୍ଥ ହୋଇଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ଘଟିଛି। ଓଡ଼ିଶାରେ ଏବେ ୫୬୮ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ଆଜିର ୬୫ଜଣଙ୍କ ମଧ୍ୟରୁ ୬୨ଜଣ ହୋମ୍‌କ୍ୱାରେଣ୍ଟାଇନ୍‌ରେ ଥିଲେ ଓ ଅନ୍ୟ ୩ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ବୋଲି ଜଣାପଡ଼ିଛି ।

ଯାଜପୁର ଜିଲ୍ଲାରେ ଆଜିର ୩୧ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୫୨ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୬୯ଜଣ ଚିକିତ୍ସିତ ହେଉଛନ୍ତି ।

ଗଞ୍ଜାମରେ ଆଜିର ୧୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୭କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି, ୨ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୨୭୪ଜଣ ଚିକିତ୍ସିତ ହେଉଛନ୍ତି ।

ସେହିପରି କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି ଅନ୍ୟ ୯ଜଣ ଚିକିତ୍ସିତ ହେଉଛନ୍ତି ।

କେନ୍ଦ୍ରାପଡ଼ାରେ ଆଜିର ୪ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୨୪ଜଣ ଚିକିତ୍ସିତ ହେଉଛନ୍ତି ।

ସେହିପରି ପୁରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୭ଜଣ ଚିକିତ୍ସିତ ହେଉଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ୨ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୪୫ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୯ଜଣ ଚିକିତ୍ସିତ ହେଉଛନ୍ତି ।

ମୟୁରଭଞ୍ଜ ଜିଲ୍ଲାରେ ଆଜିର ୨ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ସେହିପରି ନୟାଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

Khansweb Solution Bhubaneswar

Leave A Reply

Your email address will not be published.