banner
Breaking

ରାଜ୍ୟରେ ପୁଣି ୪୮ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୬୭୨ କୁ ବୃଦ୍ଧି।

0

ଭୁବନେଶ୍ୱର, ୧୪।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଗଞ୍ଜାମରୁ ୧୨ ,ବାଲେଶ୍ବର-୧୨,ଯାଜପୁର-୨,ଭଦ୍ରକ-୬,ନୟାଗଡ଼-୩, ପୁରୀ-୧୦,କଟକ,ଦେବଗଡ଼ ଓ ସୁନ୍ଦରଗଡରୁ ଜଣେ ଜଣେ ବୋଲି ଜଣା ପଡିଛି। ଏନେଇ  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ (୨ ସୁସ୍ଥ)କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୧୦୨ (୨୦ ସୁସ୍ଥ), ଯାଜପୁରରେ ୯୦ (୪୮ ସୁସ୍ଥ), ଭଦ୍ରକ ୪୬ (୧୯ ସୁସ୍ଥ), ସୁ୍‌ନ୍ଦରଗଡ଼ ୨୬ (୧୨ ସୁସ୍ଥ), ପୁରୀରେ ୧୪ (୧ ସୁସ୍ଥ)କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୫୧୧ ଚିକିତ୍ସିତ ହେଉଥିବା ବେଳେ ୧୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩ଜଣଙ୍କର ମୃତ୍ୟୁ ଘଟିଛି ।

Khansweb Solution Bhubaneswar

Leave A Reply

Your email address will not be published.