banner
Breaking

ଲକଡାଉନ୍ ବଳରେ କରୋନାକୁ ରୋକିବାରେ ଭାରତ ସଫଳ। କେନ୍ଦ୍ର ଯୁଗ୍ମ ସଚିବ

0

ଦିଲ୍ଲୀ, ୫/୪(ବ୍ୟୁରୋ) : ଭାରତରେ କୋଭିଡ୍‍-୧୯ ସଂକ୍ରମିତ ଲୋକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଥିଲା ବେଳେ ଏହି ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ କହିଛନ୍ତି। ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ପି.ଏସ୍‍. ଶ୍ରୀବାସ୍ତବ କହିଛନ୍ତି ଯେ ଦେଶରେ ଲକ୍‍ଡାଉନ କଟକଣା ସଫଳତାର ସହିତ କାର୍ଯ୍ୟକାରୀ କରାଯାଉଛି। ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ସନ୍ତୋଷଜନକ ଥିବା ସେ କହିଛନ୍ତି, ଗତ ଶୁକ୍ରବାର ଦିନ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧୀନରେ ପ୍ରଥମ ଦଫାରେ ୧୧ହଜାର ୯୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଶ୍ରୀବାସ୍ତବ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.