banner
Breaking

ରାଜ୍ୟରେ ପୁଣି ୭୩ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୬୧୧ କୁ ବୃଦ୍ଧି।

0

ଭୁବନେଶ୍ୱର, ୧୪।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୭୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଗଞ୍ଜାମରୁ ୪୨ ,ଯାଜପୁର-୧୭,ଭଦ୍ରକ-୯,ଖୋର୍ଦ୍ଧା-୩ ସୁନ୍ଦରଗଡରୁ ଦୁଇଜଣ ବୋଲି ଜଣା ପଡିଛି। ଏନେଇ  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।ସୂଚନାଯୋଗ୍ୟ, ଆଜିର ଏହି ୭୩ଜଣ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାର ୩ଜଣ ସମସ୍ତେ ସୁରଟ୍ ଫେରନ୍ତା ଓ ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ସେହିପରି ଗଞ୍ଜାମରେ ୪୨ଜଣ ସୁରଟ୍ ଫେରନ୍ତା ଓ କ୍ୱାରେଣ୍ଟାଇନ୍‌ରେ ସେଣ୍ଟରେ ଅଛନ୍ତି । ଯାଜପୁରର ୧୭ଜଣ ସମସ୍ତେ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା ଓ ସେମାନେ ବି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଛନ୍ତି । ସୁନ୍ଦରଗଡ଼ରୁ ୨ଜଣ କଣ୍ଟେମେଣ୍ଟ୍ ଜୋନ୍ ଅଚଂଳର । ଭଦ୍ରକର ୯ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି । ସେମାନଙ୍କ ଭିତରୁ ୫ଜଣ ସୁରଟ୍ ଫେରନ୍ତା । ୩ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ କର୍ଣ୍ଣାଟକ ଫେରନ୍ତା । ସୁନ୍ଦରଗଡ଼ ଚିହ୍ନଟ ହୋଇଥିବା ୨ଜଣ ଚିହ୍ନଟ ହୋଇଥିବା ଘଟଣା ଚିନ୍ତାର କାରଣ ହୋଇଛି । ଏମାନେ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଅଂଚଳର ଏମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରି ନାହିଁ । ଏମାନେ କିଭଳି ଭାବରେ କଣ୍ଟେନ୍‌ମେଣ୍ଟ୍ ଅଂଚଳରରେ ରହି ସଂକ୍ରମିତ ହେଲେ ତାହା ,ହେଉଛି ଗୁରୁତର ବିଷୟ । ସେମାନେ କାହା ସଂସ୍ପର୍ଶରେ ଆସିଥିଲେ ଓ ସେମାନେ କେଉଁମାନଙ୍କ ସହ ମିଶିଛନ୍ତି ତାହାର ଏବେ ଖୋଲ୍‌ତାଡ଼ ଚାଲିଛି । ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୪୩ଜଣ ସୁସ୍ଥ ହୋଇଛନ୍ତି । ୩ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୪୬୫ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.