banner
Breaking

ଆଜି ୩୭ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୪୧୪ କୁ ବୃଦ୍ଧି।

0

ଭୁବନେଶ୍ବର , ୧୧/୫(ଓଡ଼ିଆ ନ୍ୟୁଜ): ଆଜି ଗୋଟିଏ ଦିନରେ ରାଜ୍ୟରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସୋମବାର ସକାଳୁ ରାଜ୍ୟରେ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୩ଟି ଏବଂ ସନ୍ଧ୍ୟାରେ ୨୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସକାଳେ ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାର ୧୨ ଜଣ ଥିବାବେଳେ ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରେ ଅପରାହ୍ନରେ ପରେ କଟକ, ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସନ୍ଧ୍ୟାରେ ୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରେ ଗଞ୍ଜାମରୁ୧୭, ସୁନ୍ଦରଗଡ଼ରୁ ୨ ଓ ବୌଦ୍ଧରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରା​ଜ୍ୟରେ​‌ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪କୁ ବୃଦ୍ଧି ପାଇଛି । ୩୨୬ ଟି ସକ୍ରିୟ ମାମଲା ଥିବାବେଳେ ୮୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ଘଟିଛି ।
  ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାଜପୁରରେ ୬୧, ଖୋର୍ଦ୍ଧାରେ ୫୦, ବାଲେଶ୍ୱରରେ ୪୨, ଭଦ୍ରକରେ ୩୧, ସୁନ୍ଦରଗଡରେ ୧୬ ଏବଂ  ଅନୁଗୋଳରେ ୧୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡା ଓ  ମୟୁରଭଞ୍ଜରେ ୯ଜଣ ଲେଖାଏଁ, ଜଗତସିଂହପୁର ୫, ବୌଦ୍ଧ ୪,  ଓ ପୁରୀ ଓ କଟକରୁ ୩ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଅନ୍ୟପକ୍ଷରେ ବଲାଙ୍ଗୀର , ଝାରସୁଗୁଡା, କଳାହାଣ୍ଡି ଓ କେନ୍ଦୁଝରରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେବଗଡ, ଢେଙ୍କାନାଳ, କେରାପୁଟ ଓ ନୟାଗଡ ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୩ହଜାର ୪୭୮ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ ୪୧୪ଟି ପଜିଟିଭ ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.