ଭୁବନେଶ୍ୱର,୧୧/୫(ଓଡ଼ିଆ ନ୍ୟୁଜ) ଆଜି ସକାଳ ଅପଡେଟ ସୁଧା ରାଜ୍ୟରେ ପୁଣି ୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୧୨ ଜଣ ହୋଇଥିବା ବେଳେ ସୁନ୍ଦରଗଡରୁ ଜଣେ ଓ କେନ୍ଦ୍ରାପଡାର ଜଣେ। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ବୃଦ୍ଧିପାଇ ୩୯୧ ରେ ପହଞ୍ଚିଛି।ଗଞ୍ଜାମରୁ ଆଜିର ୧୨ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୬ଜଣ ସୁସ୍ଥ ହୋଇଛନ୍ତି ଓ ୮ଜଣ ଚିକିତ୍ସିତ ହେଉଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ଛୁଇଁଛି । ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ୭ଜଣ ଚିକିତ୍ସିତ ହେଉଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Breaking
ରାଜ୍ୟସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସଏମ୍ସ ଭୁବନେଶ୍ୱରରେ ଏମ୍ସ ଆଇସିୟୁ ପୁନର୍ବାସ ପାଇଲଟ୍ ପ୍ରକଳ୍ପ ସଫଳତାର ସହ ସମାପ୍ତଭାରତ ସରକାରର ଟେକ୍ସଟାଇଲ୍ ମନ୍ତ୍ରାଳୟ ଏବଂ NIFT ଏସିୟାନ୍ ସବକଣ୍ଟିନେଣ୍ଟ ଏବଂ ଭାରତର ଫ୍ୟାସନ୍ ସେଗ୍ମେଣ୍ଟ ପାଇଁ ଟ୍ରେଣ୍ଡ୍ ସୂଚନା ଏବଂ ପୂର୍ବାନୁମାନ ଆରମ୍ଭ କରିଛନ୍ତି”ଆପୋଲୋ ହସ୍ପିଟାଲ୍ସ, ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଯକୃତ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭଆଇଓଏସ ଉପକରଣଗୁଡ଼ିକ ଫିସିଂ ଆକ୍ରମଣ ପାଇଁ ଅଧିକ ବିପଦଯୁକ୍ତ: ଲୁକ୍ଆଉଟ