banner
Breaking

କରୋନା ପଞ୍ଝା ରେ ୨୦ ଜିଲ୍ଲା। ପୁଣି ୫୮ ଆକ୍ରାନ୍ତ। ତୃତୀୟ ମୁଣ୍ଡ ନେଲା କରୋନା।ଆକ୍ରାନ୍ତଙ୍କ ସ°ଖ୍ୟା ୩୫୨ କୁ ବୃଦ୍ଧି।

0

ଭୁବନେଶ୍ୱର,୧୦/୫(ଓଡ଼ିଆ ନ୍ୟୁଜ) : କରୋନା ପଞ୍ଝାରେ ୨୦ ଜିଲ୍ଲା। ଆଉ ଜଣଙ୍କର ମୁଣ୍ଡ ନେଇଛି କରୋନା। ଆଜି ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଥରକେ ୫୮ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଏଥିସହ ଆଉ ଗୋଟିଏ ନୂଆ ଜିଲ୍ଲା ଅନୁଗୁଳ ଯୋଡ଼ି ହୋଇଯାଇଛି । କରୋନା ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କ୍ରମେ ଗ୍ରାସ କରିବାରେ ଲାଗିଛି । ଅନୁଗୁଳ ଗ୍ରୀନ୍ ଜୋନ୍‌ରେ ଏପର୍ଯ୍ୟନ୍ତ ଥିଲା । ଏହି ଜିଲ୍ଲାରେ ଆଜି ଏକାଥରେ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୯ଜଣ ଆକ୍ରାନ୍ତ ଆଜି ଚିହିନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି । ବାଲେଶ୍ୱର ଜିଲ୍ଲାରେ ୧୫ଜଶ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିିଶାଇ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨କୁ ଛୁଇଛି । ସେଥିମଧ୍ୟରୁ ୯ଜଣ ସୁସ୍ଥ ହୋଇଛନ୍ତି ୩୩ଜଣ ଚିକିତ୍ସିତ ହେଉଛନ୍ତି । ମୟୁରଭଞ୍ଜ ଜିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂଖ୍ୟା ୮କୁ ଛୁଇଁଛି । ସମଗ୍ର ରାଜ୍ୟରେ ଏବେ ୨୮୧ ଜଣ ଚିକିତ୍ସିତ ହେଉଥିବାବେଳେ ୬୮ଜଣ ସୁସ୍ଥ ହୋଇଛନ୍ତି । ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।

ବର୍ତ୍ତମାନ ସୁଦ୍ଧା ଗଞ୍ଜାମ -୧୧୮, ଯାଜପୁର -୫୫, ଖୋର୍ଦ୍ଧ -୫୦, ବାଲେଶ୍ୱର – ୪୨, ଭଦ୍ରକ – ୨୫, ଅନୁଗୁଳ -୧୩, ସୁନ୍ଦରଗଡ଼ -୧୩, କେନ୍ଦ୍ରାପଡ଼ା – ୮, ମୟୁରଭଞ୍ଜ – ୮, ଜଗତସିଂହପୁର – ୫, ବଲାଙ୍ଗୀର – ୨, କଟକ -୨, ଝାରସୁଗୁଡ଼ା -୨, କଳାହାଣ୍ଡି -୨, କେନ୍ଦୁଝର -୨ ଏବଂ ଦେବଗଡ, ଢ଼େଙ୍କାନାଳ, କୋରାପୁଟ, ନୟାଗଡ଼ ଓ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ଖୋର୍ଦ୍ଧରେ ସର୍ବାଧିକ ୩୨, ଯାଜପୁରରେ ୨, ଭଦ୍ରକରେ ୧୨, ସୁନ୍ଦରଗଡ଼ରେ ୬, କେନ୍ଦ୍ରାପଡ଼ାରେ ୨, କଳାହାଣ୍ଡିରେ ୨, କଟକ, ଢ଼େଙ୍କାନାଳ ଓ ପୁରୀରୁ ଜଣେ ଜଣେ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରେ ୨ ଓ ଗଞ୍ଜାମରେ ଜଣେ ମୃତ୍ୟୁବରଣ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.