banner
Breaking

ମାନବିକତା, ନୈତିକତା, ଆଇନଗତ ଓ ବୈଜ୍ଞାନିକ ଦୃଷ୍ଟିରୁ ଫେରିବାର ଅଧିକାର ଅଛି। ଆଗକୁ ବିସ୍ଫୋରଣ ରୋକିହେବ-ବାଗଚୀ

0

ଭୁବନେଶ୍ୱର,୯।୫(ଓଡ଼ିଆ ନ୍ୟୁଜ): ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।କୋଭିଡ-୧୯ ମୁକାବିଲା ନିମନ୍ତେ ରାଜ୍ୟ ୪ଟି ପର୍ଯ୍ୟାୟ ଦେଇ ଗତି କରୁଛି। ପ୍ରଥମ ପର୍ଯ୍ୟାୟଟି ଥିଲା ରାଜ୍ୟକୁ ଆସୁଥିବା ସଂକ୍ରମିତ ବିଦେଶ ଫେରନ୍ତାଙ୍କଠାରୁ ସଂକ୍ରମଣକୁ ବ୍ୟାପିବାକୁ ନ ଦେବା। ଉକ୍ତ ସମୟରେ ରାଜ୍ୟକୁ ଫେରି ଆସିଥିବା ୭ଜଣ ସଂକ୍ରମିତ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଫେରନ୍ତା ସଂକ୍ରମିତଙ୍କୁ ଠାବ କରାଯାଇଥିଲା। ସେଥିରେ ୪୧ଜଣ ସଂକ୍ରମିତ ହୋଇଥିଲେ। ତୃତୀୟ ପର୍ଯ୍ୟାୟ ଥିଲା ପଶ୍ଚିମବଙ୍ଗରୁ ଫେରୁଥିବା ପ୍ରବାସୀଙ୍କର। ସେଥିରେ ୧୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଥିଲା। ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ୟ ରାଜ୍ୟରୁ ଫେରିବାକୁ ଥିବା ପ୍ରବାସୀଙ୍କ ସମୟ। ଏହି ପର୍ଯ୍ୟାୟ ଆରମ୍ଭ ହୋଇସାରିଛି। ଆଗାମୀ ଦିନରେ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଓଡ଼ିଆ ଘରକୁ ଫେରିବେ। ପ୍ରଥମ ତିନୋଟି ପର୍ଯ୍ୟାୟ ରାଜ୍ୟ ସରକାର ଜିତିଥିଲେ। ହେଲେ ଚତୁର୍ଥ ପର୍ଯ୍ୟାୟ ସ୍ଥିତି ନେଇ ସମସ୍ତଙ୍କ ମନରେ ଆଶଙ୍କା ରହିଛି।

ଏଥିପାଇଁ ୩ଟି ଦୃଷ୍ଟି ଭଙ୍ଗି ଲୋଡ଼ା। ପ୍ରଥମଟି ମାନବିକତାର ନୈତିକତାର। ଦ୍ୱିତୀୟଟି ଆଇନଗତ। ତୃତୀୟଟି ବୈଜ୍ଞାନିକ ଏବଂ ଚତୁର୍ଥଟି ବାସ୍ତବ ଦୃଷ୍ଟିଭଙ୍ଗୀ। ସର୍ବଭାରତୀୟ ସ୍ତରରେ କର୍ମନିଯୁକ୍ତି ପାଇଁ ପ୍ରବାସୀ ହୋଇଯାଉଥିବା ବ୍ୟକ୍ତିଙ୍କର ସଂଖ୍ୟା ୧୪ କୋଟିରୁ ୨୦ କୋଟି। ୨୦୧୧ରେ ଏହା ୧୪ କୋଟି ଥିବା ବେଳେ ଏବେ ୨୦ କୋଟି ଲୋକ କର୍ମନିଯୁକ୍ତି ପାଇଁ ରାଜ୍ୟ ତଥା ଦେଶ ବାହାରକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ୯୨% ଅଣ ସଂଗଠିତ କ୍ଷେତ୍ରରେ କାମ କରନ୍ତି। ୧୨ ଲକ୍ଷ ୭୦ ହଜାର ଓଡ଼ିଆ କର୍ମନିଯୁକ୍ତି ପାଇଁ ବାହାରକୁ ଯାଇଛନ୍ତି। ଭାରତରେ ପ୍ରତି ୧୦୦ଟି ପରିବାର ମଧ୍ୟରୁ ୧୬ ପରିବାର ସଦସ୍ୟ ରାଜ୍ୟ ବାହାରକୁ କାମ ଖୋଜିବାକୁ ଯାଇଥାନ୍ତି। ଭାରତବର୍ଷ ମାଇଗ୍ରେଶନର ଦେଶ।
ଦେଶରେ ୨୫ମାର୍ଚ୍ଚରୁ ତାଲାବନ୍ଦ କଟକଣା ଘୋଷଣା ହୋଇଥିଲା ।ଏଥିରେ ବହୁ ପ୍ରବାସୀ, ଶ୍ରମଜୀବୀ,ଛାତ୍ର ଛାତ୍ରୀ, ତୀର୍ଥ ଯାତ୍ରୀ, ଓ ରୋଗୀମାନେ ଅଟକି ରହିଯାଇଥିଲେ। ଘରକୁ ଫେରିବା ପାଇଁ ପ୍ରତି ଲୋକର ଆଇନଗତ ଅଧିକାର ଅଛି । ନିଜ ଇଚ୍ଛାରେ ଘରକୁ ଫେରିବାର ବ୍ୟକ୍ତିଗତ ସ୍ୱାଧୀନତାକୁ ଅସ୍ୱୀକାର କରିହେବ ନାହିଁ । ମହାସଂକ୍ରମଣ ପୂର୍ବରୁ ପ୍ରବାସୀମାନେ ଓଡ଼ିଶାକୁ ଫେରିବା ଅପେକ୍ଷାକୃତ ଭଲ ବୋଲି ବାଗଚୀ କହିଛନ୍ତି । ଏହାସହ କରୋନା ମୁକାବିଲା ପାଇଁ ମିଶନ ଶକ୍ତିର ମା ମାନେ ପ୍ରାୟ ୪୦ଲକ୍ଷ ମାସ୍କ ତିଆରି କରିଛନ୍ତି । ମିଶନ ଶକ୍ତି ମା ମାନେ ପ୍ରାୟ ଦେଢ଼ କୋଟି ମିଲ୍ ମଧ୍ୟ ପ୍ରସ୍ତୁତ କରିଛନ୍ତିି ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯ହଜାର ୬୬୨କୁ ବୃଦ୍ଧି ପାଇଥିବା ବେଳେ ୧୭ହଜାର ୮୪୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯୮୧ ଥିବା ବେଳେ ୩୯ହଜାର ୮୩୪ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮ଜଣ ସୁସ୍ଥ ହୋଇଛନ୍ତି ଓ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଓଡ଼ିଶାରେ କରୋନାରେ ୨୧୯ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.