banner
Breaking

ରାଜ୍ୟରେ ପୁଣି ୨୬ ପଜିଟିଭ୍। ୨୫ଜଣ ସୁରତ ଫେରନ୍ତା।

0

ଭୁବନେଶ୍ୱର,୮ା୫(ଓଡ଼ିଆ ନ୍ୟୁଜ) : ଶୁକ୍ରବାର ରାଜ୍ୟରେ ପୁଣି ୨୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୯ ଜଣ ଗଞ୍ଜାମ ଜିଲାର ହୋଇଥିବା ବେଳେ ୫ ଜଣ କେନ୍ଦ୍ରାପଡ଼ାର ଏବଂ ଭଦ୍ରକର ୨ ଜଣ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୨ ଜଣ ସୁସ୍ଥ ହୋଇଥିବା ବେଳେ ୧୮୧ ଜଣ ଚିକିତ୍ସାଧୀନ ଅଛନ୍ତି। ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ନୂଆ ୨୬ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଏହି ୨୬ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲାର ୧୯ ଜଣ ରହିଥିବା ବେଳେ କେନ୍ଦ୍ରପଡ଼ାର ୫ ଓ ଭଦ୍ରକ ଜିଲାର ୨ ଆକ୍ରାନ୍ତ ରହିଛନ୍ତି।
ତେବେ ଗଞ୍ଜାମ ଜିଲାର ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କେରଳ ଫେରନ୍ତା ହୋଇଥିବା ବେଳେ ଅନ୍ୟ ସମେସ୍ତ ସୁରଟ ଫେରନ୍ତା। ଏମାନଙ୍କ ବୟସ ୧୮ରୁ ୫୮ ବର୍ଷ ମଧ୍ୟରେ ରହିଛି। ସେହିପରି କେନ୍ଦ୍ରାପଡ଼ା ଜିଲାରୁ ଚିହ୍ନଟ ୫ ଆକ୍ରାନ୍ତ ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୩୨, ୩୩, ୨୭, ୩୫ ଓ ୩୧। ଭଦ୍ରକର ୨ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୨୧ ଓ ୪୧ ବର୍ଷ। ଜଣଙ୍କୁ ଛାଡି ଅନ୍ୟ ସମସ୍ତେ ସୁରଟ ଫେରନ୍ତା ହୋଇଥିବା ବେଳେ ଅଧିକାଂଶଙ୍କଠାରେ ଲକ୍ଷଣ ଥିଲା। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.