ଭୁବନେଶ୍ୱର:୬ ।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଗୁରୁବାର ଗୋଟିଏ ଦିନରେ ସର୍ବାଧିକ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସୁରତ ଫେରନ୍ତା ୩୦ ଜଣ କଲିକତା ଫେରନ୍ତା ଜଣେ ଓ ଅନ୍ୟ ୩ ଜଣ ଭୁବନେଶ୍ୱରଙ୍କ ତଥ୍ୟ ମିଳିନାହିଁ। ଆକ୍ରାନ୍ତଙ୍କ ସ°ଖ୍ୟା ବୃଦ୍ଧି ପାଇ ୨୧୯ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରେ ସର୍ବାଧିକ ୨୪ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଗଂଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ରେ ପହଞ୍ଚିଛି।
ମୟୁରଭଂଜରୁ ଦିନକରେ ୪ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି ମୟୁଭଞ୍ଜରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ସେହିପରି ଭୁବନେଶ୍ୱରକୁ ପୁଣି ଫେରିଛି କରୋନା । ରାଜଧାନୀରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଛି । ବାଲେଶ୍ୱରରେ ବି ଆଜି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି । ଗତକାଲି ଜଗତସିଂହପୁରରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଜଣେ ପଜେଟିଭ ଚିହ୍ନଟ ହୋଇଛନ୍ତି । ଜଗସିଂହପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି ।




