banner
Breaking

କରୋନା ପଞ୍ଝାରେ ଜଗତସିଂହପୁର। ପୁଣି ୬ ପଜିଟିଭ୍ ଚିହ୍ନଟ।

0

ଭୁବନେଶ୍ୱର, ୬ା୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୮୫ କୁ ବୃଦ୍ଧି ପାଇଛି । ଜଣେ ଆକ୍ରାନ୍ତ ଯାଜପୁରର ହୋଇଥିଲା ବେଳେ ଅନ୍ୟ ୪ ଜଣ ଜଗତସିଂହପୁରର ଏବଂ ଜଣେ କେନ୍ଦ୍ରାପଡାର ବୋଲି ଜଣାପଡ଼ିଛି । ଏଥି ସହିତ ଆଉ ଗୋଟିଏ ଜିଲ୍ଲା କରୋନା ପଞ୍ଝାକୁ ଆସିଛି।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନାରେ ୧୮୫ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଓଡ଼ିଶାରେ ୧୨୨ ଆକ୍ଟିଭ କେସ୍ ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.