banner
Breaking

ପୁଣି ୨ ପଜିଟିଭ୍ । ଆକ୍ରାନ୍ତଙ୍କ ସ°ଖ୍ୟା ୧୭୯ କୁ ବୃଦ୍ଧି।

0

ଭୁବନେଶ୍ୱର, ୬ା୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୭୯କୁ ବୃଦ୍ଧି ପାଇଛି । ଜଣେ ଆକ୍ରାନ୍ତ ବାଲେଶ୍ୱରର ହୋଇଥିଲା ବେଳେ ଅନ୍ୟ ଜଣଙ୍କ ଯାଜପୁରର ବୋଲି ଜଣାପଡ଼ିଛି । ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି ।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନାରେ ୧୭୯ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଓଡ଼ିଶାରେ ୧୧୭ ଆକ୍ଟିଭ କେସ୍ ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.