banner
Breaking

ଗୋଟିଏ ଦିନରେ ୧୫ ଆକ୍ରାନ୍ତ। ୩ ଜଣ ନିଜାମୁଦ୍ଦିନରୁ ଫେରିଛନ୍ତି

ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ-ଓଡ଼ିଆ ନ୍ୟୁଜ

0

ଭୁବନେଶ୍ୱର,୪/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ କାଲି ଗୋଟିଏ ଦିନରେ ୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ସୂର୍ଯ୍ୟନଗର ୫ମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭ ସଂକ୍ରମିତହୋଇଛନ୍ତି। ସେଥି ମଧ୍ୟରେ ତାଙ୍କ ସ୍ତ୍ରୀ, ଝିଅ ଏବଂ ଭଡାରେ ରହୁଥିବା ଲୋକ ଚିହ୍ନଟ ହୋଇଛନ୍ତି । ସେହିପରି ବମିଖାଲ ଅଞ୍ଚଳରେ ୩ଜଣ ଓ କଟକ, ପୁରୀ, ଯାଜପୁରରେ ଜଣେ ଲେଖା ଓ ଭଦ୍ରକରେ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ବମିଖାଲ ଅଞ୍ଚଳକୁ ବିଏମସି ସିଲ କରିଛି ।  ଏକ୍ରାମ ହଲରୁ ଝାରପଡ଼ା କେନାଲ ରୋଡ୍, ଝାରପଡ଼ା କେନାଲ ରୋଡରୁ ଝାରପଡ଼ା ଦୁର୍ଗାମଣ୍ଡପ ଏବଂ ଝାରପଡ଼ା ଦୁର୍ଗାମଣ୍ଡପରୁ କଟକ-ପୁରୀ ରୋଡ୍ ଡିବିସି ବ୍ୟାଙ୍କ ସ୍କୋୟାର ସିଲ୍ କରିଛି ।
ପୁରୀ କୁମ୍ଭାରପଡାରେ ଓ କଟକରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ନିଜାମୁଦ୍ଦିନ୍ ରୁ ଫେରିଥିବାର ସୂଚନା ମିଳିଛି ।

ଅନ୍ୟ ପକ୍ଷରେ ୨ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.