banner
Breaking

ବଢୁଛି କରୋନା ସଂକ୍ରମଣ

0

ନୂଆଦିଲ୍ଲୀ : ଦେଶରେ ଲଗାତାର ଭାବେ ବଢି ଚାଲିଛି କରୋନା ସଂକ୍ରମଣ। ଶୁକ୍ରବାର ୬୦୫୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବିଗତ ଦିନରେ ମିଳିଥିବା ସଂଖ୍ୟା ତୁଳନାରେ ଏହା ପ୍ରାୟ ୧୩ ପ୍ରତିଶତ ଅଧିକ ବୋଲି କୁହାଯାଉଛି। ଦେଶରେ ଏବେ ସୁଦ୍ଧା ସକ୍ରିୟ ମାମଲା ବା ଚିକିତ୍ସିତ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୨୮,୩୦୩ ହୋଇଯାଇଛି।
ଏହା ପୂର୍ବରୁ ଗୁରୁବାର ଦେଶରେ ୧୯୫ ଦିନ ପରେ ୫,୩୩୫ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଗତ ବର୍ଷ ୨୩ ସେପ୍ଟେମ୍ବରକୁ କରୋନାର ୫,୩୮୩ ଦୈନିକ ସଂକ୍ରମଣ ସାମ୍ନାକୁ ଆସିଥିଲା। ଦେଶରେ ଏବେ ସୁଦ୍ଧା ୪.୪୭ କୋଟି ଲୋକ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.