banner
Breaking

ବଢୁଛି କରୋନା ସଂକ୍ରମଣ, ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ

0

ଭୁବନେଶ୍ୱର, ୨୮।୩ (ବ୍ୟୁରୋ): କିଛି ଦିନର ବ୍ୟବଧାନ ପରେ ସମଗ୍ର ଦେଶରେ ପୁଣି ଥରେ କୋଭିଡ୍‌ ସଂକ୍ରମଣ ବଢିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ଏବେଠାରୁ ସତର୍କ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏଥିସହ ବେଡ୍‌ ଓ ଅକ୍ସିଜେନ୍‌ ପ୍ରସ୍ତୁତ ରଖିବା ପାଇଁ ସବୁ ମେଡିକାଲ କଲେଜ ଅଧୀକ୍ଷକ, ସିଡିଏମ୍‌ଓଙ୍କୁ ସୋମବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଚିଠି କରିଛନ୍ତି। କଟକ ଏସ୍‌ସିବି, ବ୍ରହ୍ମପୁର ଏମ୍‌କେସିଜି, ବୁର୍ଲା ଭିମ୍‌ସାର୍‌ ଏବଂ କୋରାପୁଟ ଏସ୍‌ଏଲ୍‌ଏନ୍‌ଏମ୍‌ସିଏଚ୍‌ ମେଡିକାଲ କଲେଜରେ ୨୦ଟି ବେଡ୍‌ ଓ ୨ଟି ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିଲା ଓ ସିଏଚ୍‌ସିରେ ୧୦ଟି ବେଡ୍‌ ଓ ଆନୁସଙ୍ଗିକ ବ୍ୟବସ୍ଥା ସହିତ ସବୁଠାରେ ଅକ୍ସିଜେନ୍‌ ସିଲିଣ୍ଡର ଓ କନ୍‌ସେନ୍‌ଟ୍ରେଟର୍‌ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏହାବାଦ୍‌ ଟେଷ୍ଟିଂକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମେଡିକାଲ କଲେଜ, ଜିଲା ଓ ସିଏଚ୍‌ସିରେ ଟେଷ୍ଟିଂ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। କାଭିଡ୍‌ ପରିଚାଳନା ପାଇଁ ରାଜ୍ୟ କେତେ ପ୍ରସ୍ତୁତ ରହିଛି ତାହା ଜାଣିବା ପାଇଁ ଏପ୍ରିଲ ୧୦ ଓ ୧୧ରେ ରାଜ୍ୟବ୍ୟାପୀ ମକ୍‌ ଡ୍ରିଲ୍‌ ହେବ। ଅପରପକ୍ଷେ ସମସ୍ତ ଲକ୍ଷଣଯୁକ୍ତଙ୍କ କୋଭିଡ୍‌ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.