banner
Breaking

ବଢୁଛି କରୋନା, ଆସିପାରେ ଗାଇଡଲାଇନ

0

ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନ ହେବ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକରେ କରୋନା ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ ହୋଇପାରେ ବୋଲି ଜଣାପଡିଛି। ଏଥିସହ କରୋନା ଗାଇଡଲାଇନ୍‌ ସମ୍ପର୍କରେ ମଧ୍ୟ କିଛି ବଡ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୯୧୭ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୧,୦୭୦ ଥିଲା। ଗତ ଚାରି ମାସ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ। ଭାରତରେ ଶେଷ ଥର ପାଇଁ ୨୦୨୨ ନଭେମ୍ବର ୬ ରେ ଗୋଟିଏ ଦିନରେ ୧୦୦୦ କରୋନା ମାମଲା ରିପୋର୍ଟ ହୋଇଥିଲା। ା ତେବେ କରୋନା ମାମଲା ହଠାତ୍‌ ବୃଦ୍ଧି ପାଇବା ସହ ସରକାରଙ୍କ ଚିନ୍ତାକୁ ମଧ୍ୟ ବଢାଇ ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.