banner
Breaking

ବିମାନରେ ଆସୁଛି କରୋନା

0

ନୂଆଦିଲ୍ଲୀ,୧୧।୧: ଅନେକ ଦେଶରେ କରୋନା ସଂକ୍ରମଣଜନିତ ମାମଲା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତରେ ବିମାନ ଯାତ୍ରୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ବିଦେଶରୁ ଆସୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷଣ କରାଯାଉଛି। ଫଳାଫଳସ୍ବରୂପ ଅଧିକାଂଶ ଯାତ୍ରୀଙ୍କ ମଧ୍ୟରେ କରୋନା ଭାରିଆଣ୍ଟ ଓମିକ୍ରନର ସବ୍‌-ଭାରିଆଣ୍ଟ ବିଏଫ୍‌-୭ ମିଳୁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ବୁଧବାର ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭିଆ କହିଛନ୍ତି, ଆଜି ପର୍ଯ୍ୟନ୍ତ କୋଭିଡ-୧୯ ଲାଗି ୧୫ ଲକ୍ଷରୁ ଅଧିକ ବିମାନ ଯାତ୍ରୀଙ୍କ ପରୀକ୍ଷଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୦୦ରୁ ଅଧିକ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାତ୍ରୀମାନେ ବିଏଫ୍‌-୭ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ଭାରତୀୟ ଟିକା ଏହି ଭାରିଆଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.