banner
Breaking

ସୁରକ୍ଷା ପାଇଁ ଗହଳି ସ୍ଥାନରେ ମାସ୍କ ଲଗାନ୍ତୁ, ଓଡ଼ିଶାରେ ଲାଗୁ ହେବନି କଟକଣା

0

ଭୁବନେଶ୍ୱର, ୨୮।୧୨(ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ହେଲେ ଓଡ଼ିଶାରେ ସେଭଳି କିଛି ଚିନ୍ତାଜନକ ପରିସ୍ଥିତି ନ ଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଚାଇନାରେ କରୋନାର ଯେଉଁ ସ୍ଥିତି ରହିଛି ତା’ର ବହୁତ କାରଣ ରହିଛି। ଏବେ ଆମ ଦେଶରେ ବା ଓଡ଼ିଶାରେ କରୋନାର ବିଏଫ୍‌.୭ ଭାରିଆଣ୍ଟକୁ ନେଇ ଯେଉଁ ଆଶଙ୍କା କରାଯାଉଛି, ତାହା ଗତ ୩-୪ମାସ ଧରି ଏଠାରେ ରହିଛି। କିନ୍ତୁ ଏହାର କିଛି ବି ସେଭଳି ଗୁରୁତର ପରିଣାମ ହୋଇନି। କାରଣ ଆମର ୯୦ପ୍ରତିଶତ ଲୋକ ଟିକା ନେଇସାରିଛନ୍ତି। ତେଣୁ ବିଶେଷଜ୍ଞଙ୍କ ପରାମର୍ଶରେ ରାଜ୍ୟ ସରକାର କୌଣସି ପ୍ରକାରର କଟକଣା ଜାରି କରିବେ ନାହିଁ। କେବଳ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାବେଳେ ଲୋକେ ସ୍ବେଚ୍ଛାକୃତ ଭାବେ ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ନେବା ଉଚିତ୍‌ ବୋଲି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.