banner
Breaking

ଚିନ୍ତା ବଢାଇ ଲାଣି କରୋନା

0

ଭୁବନେଶ୍ୱର,୨୩।୧୨(ବ୍ୟରୋ): ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ। ଯାହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ତେବେ କରୋନା ସ୍ଥିତିକୁ ନେଇ କ’ଣ ପଦକ୍ଷେପ ନିଆଯିବ ସେନେଇ ବୈଠକରେ ଆଲୋଚନା ହେବ। ସ୍ବାସ୍ଥ୍ୟବିଭାଗ ସହ ଆର୍‌ଏମଆର୍‌ସି,ଆଇଏଲ୍‌ଏସ୍‌ ବୈଠକରେ ସାମିଲ ହେବେ। ଏଥିସହ ହକି ବିଶ୍ୱ କପ୍‌ ଏବଂ ନୂଆବର୍ଷ ପାଇଁ ଗାଇଡ୍‌ଲାଇନ୍‌ ସ୍ଥିର କରିବାକୁ ସରକାରଙ୍କୁ ସ୍ବାସ୍ଥ୍ୟବିଭାଗ ସୁପାରିସ କରିବ ବୋଲି ଜଣାପଡିଛି। ବର୍ତ୍ତମାନ ଭୟଭୀତ ନ ହୋଇ ସତର୍କ ରହିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.