banner
Breaking

ଆଜି ରାଜ୍ୟରୁ ୨୫୭ ପଜିଟିଭ୍ ଚିହ୍ନଟ

0

ଭୁବନେଶ୍ୱର :: ଆଜି ରାଜ୍ୟରୁ ୨୫୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୪, ବଲାଙ୍ଗୀର ଏବଂ କଟକରୁ ୨୨ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୫, ବରଗଡ଼ ୧୦, ଭଦ୍ରକ ୧, ଦେବଗଡ଼ ୨, ଗଜପତି ୩, ଜଗତସିଂହପୁର ୧, ଯାଜପୁର ୮, ଝାରସୁଗୁଡ଼ା ୨, କଳାହାଣ୍ଡି ୮, କନ୍ଧମାଳ ୪, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୬, ମୟୂରଭଞ୍ଜ ୧୨, ନବରଙ୍ଗପୁର ୭, ନୟାଗଡ଼ ୬, ନୂଆପଡ଼ା ୬, ପୁରୀ ୬, ରାୟଗଡ଼ାରୁ ୧୦ ଏବଂ ସମ୍ବଲପୁରରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୭।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୬,୯୨୯ରେ ପହଞ୍ଚିଥିବା ବେଳେ ୧୩,୧୫,୭୨୪ ଜଣ ସୁସ୍ଥ ହୋଇଛନ୍ତି। ୧୯୮୦ ଜଣ ଚିକିିତ୍ସିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.