banner
Breaking

କମୁଛି ସ°କ୍ରମଣ , ଆଜି ୩୮୫ ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଶୁକ୍ରବାର ରାଜ୍ୟରୁ ୩୮୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ସଙ୍ଗରୋଧରୁ ୨୨୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୬୧ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୫୮ ଜଣ ଶିଶୁ ବି ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୩ ଏବଂ ସମ୍ବଲପୁରରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୭, ବରଗଡ଼ ୧୫, ଭଦ୍ରକ ୨, ବଲାଙ୍ଗୀର ୨୦, ବୌଦ୍ଧ ୮, କଟକ ୧୦, ଦେବଗଡ଼ ୩, ଗଜପତି ୬, ଗଞ୍ଜାମ ୨, ଜଗତସିଂହପୁର ୧, ଯାଜପୁର ୬, ଝାରସୁଗୁଡ଼ା ୬, କଳାହାଣ୍ଡି ୧୭, କନ୍ଧମାଳ ୩, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୭, କୋରାପୁଟ ୩, ମୟୂରଭଞ୍ଜ ୧୪, ନବରଙ୍ଗପୁର ୧୩, ନୟାଗଡ଼ ୧୧, ନୂଆପଡ଼ା ୧୩, ରାୟଗଡ଼ାରୁ ୩ ଏବଂ ସୋନପୁରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୧।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୪,୪୫୪ରେ ପହଞ୍ଚିଥିବା ବେଳେ ୧୩,୧୨,୪୪୯ ଜଣ ସୁସ୍ଥ ହୋଇଛନ୍ତି। ୨୭୯୧ ଜଣ ଚିକିିତ୍ସିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.