banner
Breaking

ରାଜ୍ୟରେ ଆଜି ପୁଣି ୧୧୨୨ ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧,୧୨୨ ଜଣ ପଜିଟିଭ ଚିହ୍ନଟ। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୫୮ଜଣ ଆକ୍ରାନ୍ତ ରହିଥିବା ବେଳେ ୪୬୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୯୭, କଟକରୁ ୧୩୨, ଷ୍ଟେଟପୁଲରୁ ୭୧ ଓ ସମ୍ବଲପୁରରୁ ୬୫ଜଣ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୫୩, ସୋନପୁରରୁ ୪୨, ଯାଜପୁରରୁ ୨୬, ଝାରସୁଗୁଡ଼ାରୁ ୨୫, ପୁରୀରୁ ୨୪, ଜଗତସିଂହପୁରରୁ ୨୦, କଳାହାଣ୍ଡିରୁ ୧୩ ଓ ନୟାଗଡ଼ରରୁ ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଇଛି । ସେହିପରି ନୂଆପଡ଼ାରୁ ୧୩, ଭଦ୍ରକରୁ ୧୨, ବାଲେଶ୍ୱରରୁ ୧୨ ଓ ବଲାଙ୍ଗୀରରୁ ମଧ୍ୟ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୧୧, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୧୦, ରାୟଗଡ଼ାରୁ ୧୦, ବରଗଡ଼ରୁ ୮, ଦେବଗଡ଼ରୁ ୭, ନବରଙ୍ଗପୁରରୁ ୭, ବୌଦ୍ଧରୁ ୬, କୋରାପୁଟରୁ ୬, କନ୍ଧମାଳରୁ ୩, ଢେଙ୍କାନାଳରୁ ୨, ଗଞ୍ଜାମରୁ ୨ ଓ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୭୩୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେପଟେ ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬ହଜାର ୭୦୧ ରହିଛି  ।

Khansweb Solution Bhubaneswar

Leave A Reply

Your email address will not be published.