banner
Breaking

ରାଜ୍ୟରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0

ଭୁବନେଶ୍ୱର,୧୫/୭(ବ୍ୟୁରୋ): ରାଜ୍ୟରେ ବଢ଼ି ଚାଲିଛି କରୋନା
ଆଜି ଆଉ ୧୦୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୦୯ ଜଣ ଥିଲାବେଳେ ସ୍ଥାନୀୟ ସ°କ୍ରମିତଙ୍କ ସ°ଖ୍ୟା ୪୩୪ ରହିଛି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଜଣ। ବାଲେଶ୍ୱରରୁ ୨୦, ବରଗଡ ୨,ଭଦ୍ରକ ୭, ବଲାଙ୍ଗୀର ୭,ବୌଦ୍ଧ ୧୩,କଟକ ୨୦୫, ଦେଓଗଡ ୪,ଢେଙ୍କାନାଳ ୩, ଗଜପତି ୧୦,ଗଞ୍ଜାମ ୬, ଜଗତସିଂହପୁର ୨୨,ଯାଜପୁର ୧୮,ଝାରସୁଗୁଡା ୧୨,କଳାହାଣ୍ଡି ୧୦, କନ୍ଧମାଳ ୨, କେନ୍ଦ୍ରାପଡା ୧୫,କେନ୍ଦୁଝର ୬, ଖୋର୍ଦ୍ଧା ୩୩୫, କୋରାପୁଟ ୪, ମୟୁରଭଞ୍ଜ ୨୮, ନବରଙ୍ଗପୁର ୯, ନୟାଗଡ ୧୯, ନୂଆପଡା ୯, ପୁରୀ ୨୮, ରାୟଗଡା ୧,ସମ୍ବଲପୁର ୩୧,ସୋନପୁର ୩୨,ସୁନ୍ଦରଗଡ ୧୦୬,ଷ୍ଟେଟପୁଲରୁ ୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୭,୧୭୫କୁ ବୃଦ୍ଧି ପାଇଛି। ୧୨,୮୩,୧୬୯ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪ ହଜାର ୮୨୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.