banner
Breaking

ଅଲଗା ରାଜ୍ୟରେ ସ°କ୍ରମଣ ବଢୁଛି, ଆମକୁ ସତର୍କ ରହିବାକୁ ହେବ

0

ଭୁବନେଶ୍ୱର ୨୨।୪(ବ୍ୟୁରୋ) : କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଥଣ୍ଡା ଓ ଜ୍ୱର ହେଲେ ସ୍କୁଲ୍‌ ପିଲାଙ୍କୁ ଟେଷ୍ଟ କରାଇ ସଙ୍ଗରୋଧରେ ରଖନ୍ତୁ। ଅଲଗା ରାଜ୍ୟରେ ଏବେ ସଂକ୍ରମଣ ବଢିବାରେ ଲାଗିଛି। ତେଣୁ ଆମକୁ ସତର୍କ ରହିବାକୁ ହେବ। ମହାମାରୀକୁ ରୋକିବାକୁ ହେଲେ ମାସ୍କ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଲେ ମାସ୍କକୁ ନେଇ ନୂଆ ନିୟମ ଆସିପାରେ। ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ଓଷଧ, ଅକ୍ସିଜେନ ମହଜୁଦ ରହିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.