banner
Breaking

ରାଜ୍ୟରେ ପୁଣି ୩ ପଜିଟିଭ୍। ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୧୨୮

0

ଭୁବନେଶ୍ୱର,୩୦/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତେ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବଢିଛି । ଏମାନେ କେଉଁଠୁ ଫେରିଛନ୍ତି ଓ କାହା ସଂସ୍ପର୍ଶରେ ଆସିଛନ୍ତି, ତାହାର ସବିଶେଷ ତଥ୍ୟ ମିଳିନାହିଁ। ଗୋଟିଏ ଦିନରେ ୨୫୮୮ଟି ସାମ୍ପୁଲ ଟେଷ୍ଟ କରାଯାଇଥିଲା । ସେଥି ମଧ୍ୟରୁ ୩ଟି ପିଜିଟିଭ ଆସିଛି । ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୮ ଜଣ ଚିକିତ୍ସିତ ହେଉଛନ୍ତି । ଜଣଙ୍କର ମୃତ୍ୟୁ ଘଟିଛି ।

Khansweb Solution Bhubaneswar

Leave A Reply

Your email address will not be published.