banner
Breaking

କୋଭିଡ ପରେ ସତର୍କତା ଜରୁରୀ – ଡା,ନିବେଦିତା

0

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ରାଜ୍ୟରୁ ଏପର୍ଯ୍ୟନ୍ତ କୋଭିଡ୍‌ ଯାଇନାହିଁ। କୋଭିଡ୍‌ ସଂକ୍ରମଣ ପରବର୍ତ୍ତୀ ଜଟିଳତା ଦେଖା ଦେଉଥିବାରୁ ସେଥିପ୍ରତି ସଚେତନ ରହିବାକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନିଶ୍ଚେତକ ବିଭାଗ ମୁଖ୍ୟ ଡା. ନିବେଦିତା ପାଣି ପରାମର୍ଶ ଦେଇଛନ୍ତି।
ମଙ୍ଗଳବାର ସରକାରଙ୍କ ପକ୍ଷରୁ ଆୟୋଜିତ କୋଭିଡ୍‌ ସଚେତନତା ପରାମର୍ଶଭିତ୍ତିକ କାର୍ଯ୍ୟକ୍ରମରେ ଡା. ପାଣି ଯୋଗଦେଇ କହିଥିଲେ, କୋଭିଡ୍‌ ସଂକ୍ରମଣ ପରେ ମଧୁମେହ, ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡ ରୋଗୀଙ୍କ ମଧ୍ୟରେ ଜଟିଳତା ବୃଦ୍ଧି ପାଇଛି। ବୟସ୍କ ରୋଗୀ ଏବଂ ଅନ୍ୟ ଜଟିଳତା ଥିବା ରୋଗୀ ଅଧିକ ପ୍ରଭାବିତ ହେଉଛନ୍ତି। କୋଭିଡ୍‌ ରୋଗୀ ଘରେ ମଧ୍ୟ ଅକ୍ସିଜେନ୍‌ ନେଇପାରିବେ। ଅକ୍ସିଜେନ୍‌ ଏକ ଔଷଧ। ଏହାକୁ କେମିତି, କେଉଁ ପରିମାଣ ଓ ମାନର ନେବେ ତାହା ଜାଣିବା ଉଚିତ୍‌। ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ଅକ୍ସିଜେନ୍‌ ନେବା ଉଚିତ୍‌ ନୁହେଁ। ଅକ୍ସିଜେନ୍‌ ଯୋଗୁ ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡ ଉପରେ କୁପ୍ରଭାବର ଆଶଙ୍କା ରହିଛି। ସାଇନୋସାଇଟିସ୍‌ ଓ ବାତ ଭଳି ରୋଗ ମଧ୍ୟ ବାହାରିପାରେ। ଠିକ୍‌ ଭାବେ ଓ ଠିକ୍‌ ପରିମାଣର ଅକ୍ସିଜେନ୍‌ ନ ଦେଲେ ଶିଶୁଙ୍କ ଦୃଷ୍ଟିଶକ୍ତି ଚାଲିଯିବା ଆଶଙ୍କା ମଧ୍ୟ ରହିଛି। ତେଣୁ ଶ୍ୱାସକ୍ରିୟାରେ ଅସୁବିଧା ହେଲେ ଖୋଲା ଜାଗାକୁ ଯାଇ ଲମ୍ବା ନିଃଶ୍ୱାସ-ପ୍ରଶ୍ୱାସ ନେବା ଉଚିତ୍‌ ବୋଲି ଡା. ପାଣି କହିଛନ୍ତି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୨୮ଜଣ ନୂଆ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ବର୍ଷରୁ କମ୍‌ ୧୩୬ ଜଣ ପିଲା ଅଛନ୍ତି। ମୋଟ ସଂକ୍ରମିତ ସଂଖ୍ୟା ୧୨,୮୩,୨୯୭ରେ ପହଞ୍ଚତ୍ଛି। ସେହିଭଳି ଦିନକରେ ୧୦ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏଥିରେ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୬ଜଣ ରହିଛନ୍ତି। ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯,୦୩୬କୁ ଛୁଇଁଛି।

Khansweb Solution Bhubaneswar

Leave A Reply

Your email address will not be published.