banner
Breaking

କରୋନା କଟକଣା ଉପରେ ମତ ରଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

0

ଭୁବନେଶ୍ୱର,୧୭।୨(ବ୍ୟୁରୋ) : କୋଭିଡ୍‌ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତିି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ନିଜ ରାଜ୍ୟର ସ୍ଥାନୀୟ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଅତିରିକ୍ତ କଟକଣା ଲଗାଇଛନ୍ତି। ନିୟମ କୋହଳ କରିବା ଲାଗି କେନ୍ଦ୍ର ସରକାରଙ୍କ ଯେଉଁ ଚିଠି ଆସିଛି । ତା’ ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ଆହୁରି ମଧ୍ୟ କହିଛନ୍ତି ଯେ, ଆମ ରାଜ୍ୟରେ ଗାଇଡଲାଇନ ଅନୁସାରେ କଟକଣା ହୋଇଛି । ସରକାରଙ୍କର ତା’ ଉପରେ ନଜର ରହିଛି । କୋଭିଡ୍‌ ସ୍ଥିତିର ସମୀକ୍ଷା ମଧ୍ୟ କରାଯାଉଛି । କିଛି ଦିନ ହେଲା ସଂକ୍ରମଣ ହଜାରେ ତଳେ ରହିଛି । ହସ୍ପିଟାଲିଟି ରେଟ୍‌ ମଧ୍ୟ କମ ରହୁଛି । ଆଗକୁ ସ୍ଥିତି ଆହୁରି ସୁଧୁରିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.