banner
Breaking

ଆଜି ରାଜ୍ୟରେ ୧,୪୯୭ ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର,୭/୨ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧, ୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୬୨୩ ଜଣ ଓ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୨୮୩ ପଜିଟିଭ୍ ।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ଖୋର୍ଦ୍ଧାରୁ ସର୍ବାଧିକ ୨୫୧ଜଣ, ଅନୁଗୁଳରୁ ୭୧, ବାଲେଶ୍ୱର ୫୦, ବରଗଡ ୨୨, ଭଦ୍ରକ ୧୯, ବଲାଙ୍ଗିର ୨୨, ବୌଦ୍ଧ ୩୨, କଟକ ୬୯, ଦେବଗଡ ୬୨, ଢେଙ୍କାନାଳ ୨୭, ଗଜପତିରୁ ୪୫ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୮, ଜଗତସିଂହପୁର ୨୪, ଯାଜପୁର ୬୪, ଝାରସୁଗୁଡା ୭୫, କଳାହାଣ୍ଡି ୩୮, କନ୍ଧମାଳ ୩୧, କେନ୍ଦ୍ରାପଡା ୧୬, କେନ୍ଦୁଝରରେ ୪୨, କୋରାପୁଟ ୬୬, ମାଲକାନଗିରି ୭, ମୟୁରଭଞ୍ଜ ୩୫, ନବରଙ୍ଗପୁର ୩୪, ନୟାଗଡ ୫୬, ନୂଆପଡା ୨୩, ପୁରୀ ୩୭, ରାୟଗଡା ୫୨, ସମ୍ବଲପୁର ୫୯, ସୋନପୁର ୬, ସୁନ୍ଦରଗଡ ୧୦୧ ଷ୍ଟେଟପୁଲରୁ ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩,୬୨୪ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୩୭ ହଜାର ୯୭୬ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୬୮ ହଜାର ୩୦୮କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୫୨୫ ଜଣ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.