banner
Breaking

ରାଜ୍ୟରେ ବଢୁଛି ମୃତକଙ୍କ ସ°ଖ୍ୟା, ଆଜି ୨୩ ମୃତ

0

ଭୁବନେଶ୍ୱର,୪।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ଆଉ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୮୯କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୭ ଜଣ, ସୁନ୍ଦରଗଡ଼ ଜିଲାରୁ ୩ ଜଣ ଏବଂ ଭଦ୍ରକ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ବର, ଢ଼େଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.