banner
Breaking

ରାଜ୍ୟରେ କମୁଛି କରୋନା ସ°କ୍ରମଣ, ଆଜି ୨୬୯୭ ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର,୪ା୨(ବ୍ୟୁରୋ): ରାଜ୍ୟରୁ ଧିରେ ଧିରେ କମୁଛି କରୋନା ଆକ୍ରାନ୍ତଙ୍କ ସ”ଖ୍ୟା।ଆଜି ରାଜ୍ୟରେ ୨୬୯୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୬୯୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୬୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୧୨୯ ଜଣ ଶିଶୁ ବି ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୯୧ ଏବଂ କଟକରୁ ୧୩୮, ଅନୁଗୋଳରୁ ୫୫, ବାଲେଶ୍ୱର ୭୩, ବରଗଡ଼ ୫୩, ଭଦ୍ରକ ୪୮, ବଲାଙ୍ଗୀର ୯୮, ବୌଦ୍ଧ ୪୮, ଦେବଗଡ଼ ୩୯, ଢେଙ୍କାନାଳ ୪୦, ଗଜପତି ୫୯, ଗଞ୍ଜାମ ୧୬, ଜଗତସିଂହପୁର ୬୭, ଯାଜପୁର ୧୨୭, ଝାରସୁଗୁଡ଼ା ୩୬, କଳାହାଣ୍ଡି ୯୫, କନ୍ଧମାଳ ୩୪, କେନ୍ଦ୍ରାପଡ଼ା ୪୦, କେନ୍ଦୁଝର ୪୪, କୋରାପୁଟ ୪୧, ମାଲକାନଗିରି ୧୮, ମୟୂରଭଞ୍ଜ ୧୨୮, ନବରଙ୍ଗପୁର ୭୫, ନୟାଗଡ଼ ୯୬, ନୂଆପଡ଼ା ୫୫, ପୁରୀ ୬୩, ରାୟଗଡ଼ା ୮୫, ସମ୍ବଲପୁରରୁ ୮୫ ଏବଂ ସୋନପୁରରୁ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୧୦୮।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୨,୧୦୨ରେ ପହଞ୍ଚିଥିବା ବେଳେ ୧୨,୨୨,୮୬୭ ଜଣ ସୁସ୍ଥ ହୋଇଛନ୍ତି। ୩୦,୪୯୩ ଜଣ ଚିକିିତ୍ସିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.