banner
Breaking

ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହେବାପରେ ବଢୁଛି ଇମ୍ୟୁନିଟି

0

ନୂଆଦିଲ୍ଲୀ,୧ ।୨: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟରେ ସଂକ୍ରମିତ ହେଉଥିବା ଲୋକେ ସୁସ୍ଥ ହେବା ପରେ ସେମାନଙ୍କ ନିକଟରେ ଭରପୁର ରୋଗ ପ୍ରତିରୋଧକ କ୍ଷମତା(ଇମ୍ୟୁନିଟି) ବିକଶିତ ହେଉଛି । ଜିନୋମ ସିକ୍ୟୁନସିଂର ଅଧ୍ୟୟନରୁ ଏହା ଜଣାପଡିଛି । ଏହି ଇମ୍ୟୁନିଟି ଡେଲ୍ଟା ଭଳି ଅନ୍ୟ ଭାରିଏଣ୍ଟକୁ ନିଷ୍କ୍ରିୟ କରୁଛି । କରୋନା ଲଢେଇରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ କଥା । କାରଣ ଏହା ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ ଆଣ୍ଟିବଡି ବହୁ ସମୟ ପର୍ଯ୍ୟନ୍ତ ରହୁ ନ ଥିଲା ।
ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି(ଏନ୍‌ଆଇବି) ଓ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌)ର ଅଧ୍ୟୟନରୁ ଏହା ବି ଜଣାପଡିଛି କି ଓମିକ୍ରନ୍ ଉପରେ କୋଭିସିଲ୍ଡ ତୁଳନାରେ ଏମଆରଏନଏ ଟିକାର ପ୍ରଭାବ ୩ ଗୁଣା କମି ଯାଉଛି ।

Khansweb Solution Bhubaneswar

Leave A Reply

Your email address will not be published.