banner
Breaking

ରାଜ୍ୟରେ ଆଜି ୩,୩୨୯ ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୪ ହଜାର ତଳକୁ ଖସିଛି ଦୈନିକ ଆକ୍ରାନ୍ତଙ୍କ ସ°ଖ୍ୟା। ଆଜି ରାଜ୍ୟରେ ୩,୩୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧, ୯୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧, ୩୯୫ ଜଣ ଚିହ୍ନଟ ଓ ୧୮ ବର୍ଷ ମଧ୍ୟରେ ୫୦୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୪୬ ଜଣ, ଅନୁଗୁଳରୁ ୮୫, ବାଲେଶ୍ୱର ୧୪୧, ବରଗଡ ୪୬, ଭଦ୍ରକ ୫୭, ବଲାଙ୍ଗିର ୬୭, ବୌଦ୍ଧ ୪୯, କଟକ ୨୯୩, ଦେବଗଡ ୬୭, ଢେଙ୍କାନାଳ ୬୧, ଗଜପତିରୁ ୬୪ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୪୪, ଜଗତସିଂହପୁର ୭୦, ଯାଜପୁର ୯୯, ଝାରସୁଗୁଡା ୭୪, କଳାହାଣ୍ଡି ୧୦୭, କନ୍ଧମାଳ ୪୩, କେନ୍ଦ୍ରାପଡା ୭୩, କେନ୍ଦୁଝରରେ ୨୧,
କୋରାପୁଟ ୫୯, ମାଲକାନଗିରି ୩୪, ମୟୁରଭଞ୍ଜ ୧୪୫, ନବରଙ୍ଗପୁର ୯୦, ନୟାଗଡ ୧୨୦, ନୂଆପଡା ୧୨୯, ପୁରୀ ୫୬, ରାୟଗଡା ୬୬, ସମ୍ବଲପୁର ୧୧୫, ସୋନପୁର ୩୫, ସୁନ୍ଦରଗଡ ୨୩୭ ଷ୍ଟେଟପୁଲରୁ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୯,୧୯୧ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୧ଲକ୍ଷ ୯୩ହଜାର ୩୬୫ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୪୯ହଜାର ୨୪୦କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୭ ହଜାର ୨୧୦ ଜଣ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.