banner
Breaking

ଏବେ ରାଜ୍ୟରେ ଡେଲଟା ଓ ଓମିକ୍ରନ୍ ଭୂତାଣୁ ସକ୍ରିୟ ସତର୍କ ରୁହନ୍ତୁ

0

ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। କିଛି ଦିନ ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିବା ପରେ ଏବେ କ୍ରମଶଃ ହ୍ରାସ ପାଉଛି ସଂକ୍ରମଣ । ରାଜ୍ୟରେ କରୋନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରାଜ୍ୟରେ ଏବେ ସଂକ୍ରମଣ ୫ ହଜାର ତଳେ ରହିଛି । ଜିଲାସ୍ତରରେ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରେସିଂ ଜୋରଦାର କରିବାକୁ ଜିଲା ଅଧିକାରୀମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏଭଳି ସଂକ୍ରମଣ ତଳମୁହାଁ ରହିଲେ ଫେବୃୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ରାଜ୍ୟରେ ଭଲ ସ୍ଥିତି ହେବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଏବେ ବି ରାଜ୍ୟରେ ଡେଲଟା ଓ ଓମିକ୍ରନ ଭୂତାଣୁ ସକ୍ରିୟ ଅଛନ୍ତି । ଆମକୁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । ସଂକ୍ରମଣ ସଂଖ୍ୟା କାମୁଥିଲେ ବି ବିପଦ ଟଳିନାହିଁ । ବର୍ତ୍ତମାନ ସୁଧା ୯୨ ପ୍ରତିଶତ ଟିକାକରଣ ସମ୍ପୂର୍ଣ୍ଣ ହୋଇଛି । ଟେଷ୍ଟିଂ ହାର କମିନାହିଁ । ଦେଶରେ ଅନ୍ୟ ରାଜ୍ୟରେ ସଂକ୍ରମଣ କମିବା ସହିତ ଓଡ଼ିଶାରେ ମଧ୍ୟ ସଂକ୍ରମଣ ହାର ଲଗାତର କମିବାରେ ଲାଗିଛି । ଏହା ଗୋଟିଏ ଭଲ ସ୍ଥିତି ବୋଲି ମହାପାତ୍ର କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.