banner
Breaking

ରାଜ୍ୟରେ ଆଜି ୭୪୨୬ ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟରେ ଆଜି ୭୪୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୦୬ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୩୧୨୦ ଜଣ ଲୋକାଲ କେସ୍‌ ଓ ୮୬୭ ଜଣ ପିଲା ଅଛନ୍ତି। ଏନେଇ ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୧୨ ଲକ୍ଷ ୨୫ ହଜାର ୨୬୮ରେ ପହଞ୍ଚିଛି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୯୫୯ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୧୦୯, ବାଲେଶ୍ୱରରୁ ୪୯୬, ବରଗଡ଼ରୁ ୧୩୪, ଭଦ୍ରକରୁ ୧୦୦, ବଲାଙ୍ଗୀରରୁ ୨୦୭, ବୌଦ୍ଧରୁ ୯୮, କଟକରୁ ୫୪୮, ଦେବଗଡ଼ରୁ ୨୫, ଢେଙ୍କାନାଳରୁ ୩୭, ଗଜପତିରୁ ୯୯, ଗଞ୍ଜାମରୁ ୩୪, ଜଗତ୍‌ସିଂହପୁରରୁ ୧୨୯, ଯାଜପୁରରୁ ୧୫୨, ଝାରସୁଗୁଡ଼ାରୁ ୪୫, କଳାହାଣ୍ଡିରୁ ୧୮୮, କନ୍ଧମାଳରୁ ୧୨୩, କେନ୍ଦ୍ରାପଡ଼ାରୁ ୮୪, କେନ୍ଦୁଝରରୁ ୧୩୬, କୋରାପୁଟରୁ ୧୫୯, ମାଲକାନଗିରିରୁ ୬୭ ଆକ୍ରାନ୍ତ ଅଛନ୍ତି। ସେହିପରି ମୟୂରଭଞ୍ଜରୁ ୧୬୬, ନବରଙ୍ଗପୁରରୁ ୧୧୭, ନୟାଗଡ଼ରୁ ୨୪୫, ନୂଆପଡ଼ାରୁ ୧୯୧, ପୁରୀରୁ ୧୦୬, ରାୟଗଡ଼ାରୁ ୧୩୧ ,ସମ୍ବଲପୁରରୁ ୧୬୦ ସୁବର୍ଣ୍ଣପୁରରୁ ୨୧୨ , ସୁନ୍ଦରଗଡ଼ରୁ ୭୭୮ ଥିବାବେଳେ ଷ୍ଟେଟ ପୁଲ୍‌ରୁ ୩୯୧ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.