banner
Breaking

ରାଜ୍ୟରେ କମୁଛି କରୋନା ସ°କ୍ରମଣ, ଆଜି ୫୮୯୧ ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୪୧୩ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୨୪୭୮ ଲୋକାଲ କେସ୍‌ ଓ ୮୫୨ଜଣ ପିଲା ଅଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩,୦୩୬ ଥିବା ବେଳେ ଅନୁଗୋଳରୁ ୧୦୬, ବାଲେଶ୍ୱରରୁ ୨୩୪, ବରଗଡ଼ରୁ ୮୫, ଭଦ୍ରକରୁ ୯୪, ବଲାଙ୍ଗୀରରୁ ୧୩୮, ବୌଦ୍ଧରରୁ ୯୩, କଟକରୁ ୪୮୨, ଦେବଗଡ଼ରୁ ୬୧, ଢେଙ୍କାନାଳରୁ ୧୩୩, ଗଜପତିରୁ ୯୬, ଗଞ୍ଜାମରୁ ୭୫, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୨୧୯, ଝାରସୁଗୁଡ଼ାରୁ ୩୫, କଳାହାଣ୍ଡିରୁ ୧୮୮, କନ୍ଧମାଳରୁ ୭୩, କେନ୍ଦ୍ରାପଡ଼ାରୁ ୧୧୪, କେନ୍ଦୁଝରରୁ ୧୩୭,କୋରାପୁଟରୁ ୧୨୮, ମାଲକାନଗିରିରୁ ୫୨, ମୟୂରଭଞ୍ଜରୁ ୨୧୮, ନବରଙ୍ଗପୁରରୁ ୯୫, ନୟାଗଡ଼ରୁ ୨୦୫, ନୂଆପଡ଼ାରୁ ୫୬, ପୁରୀରୁ ୬୩, ରାୟଗଡ଼ାରୁ ୧୨୫, ସମ୍ବଲପୁରରୁ ୧୫୮, ସୋନପୁରରୁ ୨୦, ସୁନ୍ଦରଗଡ଼ରୁ ୫୦୧ ଏବଂ ଷ୍ଟେଟ ପୁଲରୁ ୨୯୯ ଜଣ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ କେସ ସଂଖ୍ୟା ୭୭୩୪୦ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.