banner
Breaking

ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

0

ନୂଆଦିଲ୍ଲୀ,୨୫/୧: କରୋନା ପ୍ରସଙ୍ଗକୁ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା ହେବା ନେଇ କୁହାଯାଇଛି । ସମସ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ସହ କରୋନା ମୁକାବିଲା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିବେ । ଟିକାକରଣ ଓ କରୋନା ସଂକ୍ରମଣକୁ କିପରି ରୋକ୍‍ ଲଗାଯାଇପାରିବ ସେନେଇ ଅଲୋଚନା କରିବେ ମନ୍ତ୍ରୀ । ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ୩ ଲକ୍ଷ ଉପରେ ଦୈନିକ ମାମଲା ଆସୁଛି । ପ୍ରତ୍ୟେକ ଦିନ କରୋନା ଯୋଗୁ ୫ଶହ ଉପରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଜି ବୈଠକ ବସିବ ।

Khansweb Solution Bhubaneswar

Leave A Reply

Your email address will not be published.