banner
Breaking

ଟିକା ନେବାର ତିନି ଘଣ୍ଟା ପରେ ବୃଦ୍ଧାଙ୍କ ମୃତ୍ୟୁ

0

ନୟାଗଡ଼ ,୨୩।୧: କରୋନା ଟିକା ନେବାର ୩ଘଣ୍ଟା ପରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ଗୋତିସାହି ପଞ୍ଚାୟତ ଗମ୍ଭାରିଡିହି ଗାଁର ମାଟିଆଣି ଦେଇ (୭୫)।

ମାଟିଆଣି ଗୋତିସାହି ପଞ୍ଚାୟତ କାର୍ଯ୍ୟାଳୟରେ କରୋନାର ପ୍ରଥମ ଡୋଜ୍‌ ଟିକା ନେଇଥିେ। ଟିକାନେବା ପରେ ସେ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରାୟ ଅଧ ଘଣ୍ଟା ବିଶ୍ରାମ ନେଇଥିଲେ। ପରେ ସେ ଘରକୁ ଫେରିଥିଲେ। ହେଲେ ଅପରାହ୍ନ ୨ଟାରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିବା ସହ ପ୍ରାଣ ହରାଇଥିଲେ। ହେଲେ ମୃତଦେହ ବ୍ୟବଛେଦ କରାଯାଇନାହିଁ। ପରିବାର ଲୋକେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରିଦେଇଛନ୍ତି। ଏନେଇ ସିଡିଏମ୍‌ଓ ମକରନ୍ଦ ବେଉରାଙ୍କୁ ପଚାରିବାରୁ ଟିକା ନେବା ସମୟରେ ବୃଦ୍ଧାଙ୍କ କୌଣସି ଅସୁବିଧା ନ ଥିଲା। ଟିକା ପାଇଁ ତାଙ୍କର ମୃତ୍ୟୁ ହୋଇନାହିଁ। ଅନ୍ୟ କିଛି କାରଣ ଥାଇ ପାରେ ବୋଲି ସେ କହିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.