banner
Breaking

ଦେଶରେ ମୃତ୍ୟୁ ହାରର ୬୦% ଲୋକ ଟିକା ନେଇ ନଥିଲେ

0

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ତୃତୀୟ ଲହରରେ ୬୦ ପ୍ରତିଶତ ମୃତକ ସମ୍ପୂର୍ଣ୍ଣ ଟିକା ନେଇ ନ ଥିବା ଜଣାପଡ଼ିଛି। ଘରୋଇ ହସ୍ପିଟାଲ ମାକ୍ସ୍‌ ହେଲଥ୍‌ କେୟାର ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ମୃତକଙ୍କ ମଧ୍ୟରେ ଆଶିଂକ ଟିକାକରଣ ଅବା ଜମାରୁ ଟିକା ନେଇ ନଥିବା ଆକ୍ରାନ୍ତଙ୍କ ସଂଖ୍ୟା ବେଶି ରହିଥିବା ରିପୋର୍ଟ ପ୍ରକାଶ ପାଇଛି।

ସେହିପରି ମୃତକଙ୍କ ମଧ୍ୟରେ ୭୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ରହିଛନ୍ତି। ସେମାନଙ୍କଠାରେ ଅନ୍ୟ ଶାରୀରିକ ସମସ୍ୟା ମଧ୍ୟ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ମାକ୍ସ୍‌ ହସ୍ପିଟାଲରେ ହୋଇଥିବା ୮୨ ପ୍ରତିଶତ ମୃତକଙ୍କ ମଧ୍ୟରେ ଟିକା ନେଇ ନଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ପ୍ରତିଶତ ରହିଥିବା କୁହାଯାଇଛି।

କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ଏବଂ ପୂର୍ବରୁ ଅନ୍ୟ ସମସ୍ୟା ଭୋଗୁଥିବା ଆକ୍ରାନ୍ତଙ୍କ ମୃତ୍ୟୁ ତୃତୀୟ ଲହରରେ ଅଧିକ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.