banner
Breaking

ଆଜି କମିଲା କରୋନା ଆକ୍ରାନ୍ତଙ୍କ ସ°ଖ୍ୟା

0

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ଆଜି ରାଜ୍ୟରୁ ୯୮୩୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୮୭,୨୯୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫,୬୯୯ ଜଣ ଚିହ୍ନଟ ହୋଇଥିବା ବେଳେ ୪୧୩୪ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୯୭୨ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୯୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରରୁ ୧୧୩୪ ଏବଂ କଟକରୁ ୭୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧୧୪, ବାଲେଶ୍ୱର ୨୮୬, ବରଗଡ଼ ୧୭୨, ଭଦ୍ରକ ୧୨୯, ବଲାଙ୍ଗୀର ୨୮୮, ଦେବଗଡ଼ ୪୭, ଢେଙ୍କାନାଳ ୯୫, ଗଜପତି ୮୮, ଗଞ୍ଜାମ୬୯, ଜଗତସିଂହପୁର ୧୫୨, ଯାଜପୁର ୨୫୬, ଝାରସୁଗୁଡ଼ା ୧୬୮, କଳାହାଣ୍ଡି ୧୭୧, କନ୍ଧମାଳ ୯୧, କେନ୍ଦ୍ରାପଡ଼ା ୯୯, କେନ୍ଦୁଝର ୧୬୮, କୋରାପୁଟ ୧୭୪, ମାଲକାନଗିରି ୫୬, ମୟୂରଭଞ୍ଜ ୨୯୫, ନବରଙ୍ଗପୁର ୧୫୬, ନୟାଗଡ଼ ୨୯୨, ନୂଆପଡ଼ା ୧୭୩, ପୁରୀ ୧୪୬, ରାୟଗଡ଼ା ୨୭୪, ସମ୍ବଲପୁରରୁ ୨୦୬ ଏବଂ ସୋନପୁରରୁ ୧୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୫୭୭।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୮୭,୨୯୫ରେ ପହଞ୍ଚିଥିବା ବେଳେ ୧୦,୮୯,୦୩୩ ଜଣ ସୁସ୍ଥ ହୋଇଛନ୍ତି। ୮୯,୭୦୨ ଜଣ ଚିକିିତ୍ସିତ ହେଉଛନ୍ତି। ମୃତ୍ୟୁସଂଖ୍ୟା ୮,୫୦୭କୁ ବୃଦ୍ଧି ପାଇଛି।

Khansweb Solution Bhubaneswar

Leave A Reply

Your email address will not be published.