banner
Breaking

ରାଜ୍ୟରେ ଆଜି ପୁଣି ୧୦,୩୬୮ ଜଣ ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଦୈନିକ ଦଶ ହଜାରରୁ ଖସୁନାହିଁ କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୩୬୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬,୦୧୫ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୪,୩୫୩ ଲୋକାଲ କେସ୍‌ ରହିଛି। ସେହିଭଳି ଆକ୍ରାନ୍ତଙ୍କ ମଧ୍ୟରେ ୧,୦୯୦ଜଣ ପିଲା ଥିବା ଗୁରୁବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩,୦୩୬ ଥିବା ବେଳେ ଅନୁଗୋଳରୁ ୧୩୬, ବାଲେଶ୍ୱରରୁ ୩୦୪, ବରଗଡ଼ରୁ ୧୫୨, ଭଦ୍ରକରୁ ୧୨୯, ବଲାଙ୍ଗୀରରୁ ୨୫୩, ବୌଦ୍ଧରରୁ ୭୬, କଟକରୁ ୯୪୦, ଦେବଗଡ଼ରୁ ୭୮, ଢେଙ୍କାନାଳରୁ ୮୩, ଗଜପତିରୁ ୧୦୦, ଗଞ୍ଜାମରୁ ୮୭, ଜଗତସିଂହପୁରରୁ ୧୬୫, ଯାଜପୁରରୁ ୨୯୦, ଝାରସୁଗୁଡ଼ାରୁ ୧୫୭, କଳାହାଣ୍ଡିରୁ ୧୯୪, କନ୍ଧମାଳରୁ ୮୩, କେନ୍ଦ୍ରାପଡ଼ାରୁ ୧୦୬, କେନ୍ଦୁଝରରୁ ୧୨୩,କୋରାପୁଟରୁ ୨୦୨, ମାଲକାନଗିରିରୁ ୫୮, ମୟୂରଭଞ୍ଜରୁ ୧୬୫, ନବରଙ୍ଗପୁରରୁ ୧୬୨, ନୟାଗଡ଼ରୁ ୧୪୯, ନୂଆପଡ଼ାରୁ ୧୯୬, ପୁରୀରୁ ୧୪୦, ରାୟଗଡ଼ାରୁ ୨୦୮, ସମ୍ବଲପୁରରୁ ୨୪୭, ସୋନପୁରରୁ ୧୮୦, ସୁନ୍ଦରଗଡ଼ରୁ ୧୫୦୫ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୬୬୪ଜଣ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୮୮୩୪୬ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.