banner
Breaking

କମିବ ହୋମ ଆଇସୋଲେଶନ ଅବଧି

0

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜ୍ୟରେ ୭ ଦିନ ବଦଳରେ ହୋମ ଆଇସୋଲେଶନ ଅବଧି ୫ ଦିନ କରାଯିବା। ପୂର୍ବରୁ ହୋମ ଆଇସୋଲେଶନ ଅବଧି ୧୦ ଦିନ ରହିଥିଲା, ପରେ ଏହାକୁ କମାଇ ୭ ଦିନ କରାଯାଇଥିଲା । ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ୨ ଦିନ କମାଇବାକୁ ଆଲୋଚନା ଚାଲିଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ୧୫ ଦିନ ପୂର୍ବରୁ ହୋମ ଆଇସୋଲେଶନ ସମୟ ୫ ଦିନ କଲେ ଅସୁବିଧା ହେବ ନାହିଁ ବୋଲି ସେଣ୍ଟର୍ସ ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ ବା ସିଡିସି କହିଥିଲେ ।
ବର୍ତ୍ତମାନ ରାଜ୍ୟରେ କିଛିଦିନ ହେବ ୧୦ରୁ ୧୧ ହଜାର ଭିତରେ ଦୈନିକ ସଂକ୍ରମଣ ରହୁଛି । ସେପଟେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ ରହିଛି। ଜେନେରାଲ ବେଡ ୯ ପ୍ରତିଶତ, ଆଇସିୟୁ ବେଡ ୧୫ ପ୍ରତିଶତ, ଭେଣ୍ଟିଲେଟର ୫ରୁ ୬ ପ୍ରତିଶତ ଥିବା ବେଳେ ପେଡିଆଟ୍ରିକ ଆଡମଶନ ବହୁତ କମ ରହିଛି । ଏହି ଲହରରେ ହସ୍ପିଟାଲ ଆଡମିଶନ ଓ ଅକ୍ସିଜେନ ଆବଶ୍ୟକତା କମ ରହିଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.