banner
Breaking

ଥଣ୍ଡା, କାସ ହେଲେ ପରୀକ୍ଷା କରି ନିଅନ୍ତୁ ଓ ଏକାନ୍ତବାସ କରନ୍ତୁ

0

ଭୁବନେଶ୍ୱର,୧୭।୧(ବ୍ୟୁରୋ): ସଂକ୍ରମଣର ଡବଲିଂ ଟାଇମ କମି ଥିବାବେଳେ ଗ୍ରୋଥ ରେଟ ବି ହ୍ରାସ ପାଇଛି । ବର୍ତ୍ତମାନ ରାଜ୍ୟରେ ୭୫ ହଜାର ଆକ୍ଟିଭ କେସ୍‌ ଥିବା ବେଳେ ମାତ୍ର ୧୨୦୦ ହସ୍ପିଟାଲାଇରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲ ଉପରେ କିଛି ଚାପ ନାହିଁ। ସୋମବାର ସଂକ୍ରମଣ କମ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି ବର୍ତ୍ତମାନ କିଛି ଆକଳନ କରିହେବନି । ଟ୍ରେଣ୍ଡ ଆକଳନ ପାଇଁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।
ଦ୍ୱିତୀୟ ଲହର ପରି ତୃତୀୟ ଲହରରେ ମଧ୍ୟ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲାରେ ସଂକ୍ରମଣ ଅଧିକ ରହୁଛି । ଏହାସହ ଆଜି ଆସୁଛି ଓମିସିୟୋର କିଟ । ଆରଟିପିସିଆର କିଟ ପରି ଏହି କିଟ ସବୁ ଜିଲାକୁ ବଣ୍ଟାଯିବ । ଥଣ୍ଡା କାଶ ହେଲେ ନିଜକୁ ଆଇସୋଲେଟ କରି ରଖିବା ସହ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଯଥା କୌଣସି ଔଷଧ ନ ଖାଇ ବିଶେଷଜ୍ଞଙ୍କ ପରାମଶର୍ର୍ କ୍ରମେ ଔଷଧ ଖାଆନ୍ତୁ।

Khansweb Solution Bhubaneswar

Leave A Reply

Your email address will not be published.