banner
Breaking

ରାଜ୍ୟରୁ ଆଜି ପୁଣି ୧୦,୪୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

0

ଭୁବନେଶ୍ୱର,୧୭/୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢିବଢି ଚାଲିଛି । ରାଜ୍ୟରେ ଆଜି ପୁଣି ୧୦, ୪୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬,୦୮୨ ଜଣ ଓ ସ୍ଥାନୀୟ ସଂକ୍ରମିତ ୪,୪୦୭ ଜଣ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୯୮୨ ପଜିଟିଭ୍ ଚିହ୍ନଟ କରାଯାଇଛି । ଆଜି ଚିହ୍ନଟଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨,୯୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଅନୁଗୁଳରୁ ୧୫୮, ବାଲେଶ୍ୱର ୪୩୩, ବରଗଡ ୧୬୬, ଭଦ୍ରକ ୧୧୮, ବଲାଙ୍ଗିର ୨୩୮, ବୌଦ୍ଧ ୮୫, କଟକ ୭୮୬, ଦେବଗଡ ୪୪, ଢେଙ୍କାନାଳ ୭୦, ଗଜପତିରୁ ୧୦୯ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୯୨, ଜଗତସିଂହପୁର ୨୦୭, ଯାଜପୁର ୧୯୫, ଝାରସୁଗୁଡା ୨୨୫, କଳାହାଣ୍ଡି ୧୬୩, କନ୍ଧମାଳ ୫୬, କେନ୍ଦ୍ରାପଡା ୯୦, କେନ୍ଦୁଝରରେ ୧୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋରାପୁଟ ୧୬୨, ମାଲକାନଗିରି ୫୫, ମୟୁରଭଞ୍ଜ ୩୮୩, ନବରଙ୍ଗପୁର ୧୫୯, ନୟାଗଡ ୧୯୩, ନୂଆପଡା ୧୦୮, ପୁରୀ ୧୯୮, ରାୟଗଡା ୨୫୩, ସମ୍ବଲପୁର ୩୮୭, ସୋନପୁର ୧୬୩, ସୁନ୍ଦରଗଡ ୧,୪୪୭ ଷ୍ଟେଟପୁଲରୁ ୭୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୪,୪୫୨ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୦ଲକ୍ଷ ୬୦ହଜାର ୬୭ ଜଣ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୪୪ହଜାର ୪୦୧କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୫ହଜାର ୭୯୭ ଜଣ ।

Khansweb Solution Bhubaneswar

Leave A Reply

Your email address will not be published.