banner
Breaking

କରୋନା ପାଇଁ ନୂଆ ନିଷ୍ପତ୍ତି

0

ନୂଆଦିଲ୍ଲୀ,୧୩ ।୧: କେନ୍ଦ୍ର ସରକାର କୋଭିଡ ସଂକ୍ରମିତଙ୍କ ଡିସଚାର୍ଜ ପଲିସିରେ ପରିବର୍ତ୍ତନ କରିଛନ୍ତି । ନୂଆ ନିର୍ଦ୍ଦେଶ ଅନୁଯାୟୀ, କରୋନାର ସାମାନ୍ୟ ଓ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କର ରିପୋର୍ଟ ପଜିଟିଭ ଆସିବା କରେ ଅତିକମ୍‌ରେ ସାତ ଦିନ କିମ୍ବା ଲଗାତାର ଭାବେ ୩ ଦିନ ପର୍ଯ୍ୟନ୍ତ ଜ୍ୱର ନ ଆସିଲେ ସେମାନଙ୍କୁ ହସ୍ପିଟାଲରୁ ଛୁଟି ମିଳିଯିବ । ତେବେ ହସ୍ପିଟାଲରୁ ଡିସଚାର୍ଜ ସମୟରେ କୌଣସି ଟେଷ୍ଟର ଆବଶ୍ୟକତା ନାହିଁ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୁଧବାର ହୋଇଥିବା ସମିକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ସ୍ୱାସ୍ଥ୍ୟ ସଚିବ ଲଭ ଅଗ୍ରୱାଲ ଏକ ପ୍ରେସ୍ କନଫରେନ୍ସରେ କହିଛନ୍ତି, ମଧ୍ୟମ ଶ୍ରେଣୀର ରୋଗୀ, ବିନା ଅକ୍ସିଜେନ ସପୋର୍ଟରେ ୩ ଦିନ ପର୍ଯ୍ୟନ୍ତ ୯୩ ପ୍ରତିଶତରୁ ଅଧିକ ସାଚ୍ୟୁରେଶନ ଥିବା ରୋଗୀଙ୍କୁ ବିନା ଟେଷ୍ଟରେ କେବଳ ଡାକ୍ତରଙ୍କ ସୁପାରିଶ ଅନୁଯାୟୀ ଛୁଟି ଦିଆଯାଇ ପାରିବ । ଏହାସହ ଯେଉଁମାନେ ଲଗାତାର ଅକ୍ସିଜେନ ଥେରାପିରେ ରହିଛନ୍ତି,ସେମାନଙ୍କଠାରେ ସାମାନ୍ୟ ଲକ୍ଷଣ ହୋଇଯିବା ପରେ ଅକ୍ସିଜେନ ସପୋର୍ଟ ବିନା ଲଗାତାର ୩ ଦିନ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅକ୍ସିଜେନ ଲେବଲକୁ ଦେଖି ଛୁଟି ଦିଆଯିବ । ହେଲେ ଅଧିକ ସଂକ୍ରମିତ ରୋଗୀଙ୍କର ଡିସଚାର୍ଜ ପଲିସି କ୍ଲିନିକାଲ ରିକଭରୀ ଉପରେ ନିର୍ଭର କରିବ ।

Khansweb Solution Bhubaneswar

Leave A Reply

Your email address will not be published.