banner
Breaking

କେମିତି ହେବନାହିଁ କରୋନା ଜାଣନ୍ତୁ

0

ନୂଆଦିଲ୍ଲୀ, ୧୨।୧ : କରୋନା ମହାମାରୀ ସଂକ୍ରମଣ ପୃଥିବୀରେ ବୃଦ୍ଧି ପାଉଥିବାବେଳେ ଏହାଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପବନରେ କରୋନା ଭୂତାଣୁ ୯୦ ପ୍ରତିଶତ ସଂକ୍ରମଣ ଶକ୍ତି ହରାଇ ଥାଏ।

ପବନରେ ରହିବା ପରେ ଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ କରିବାର କ୍ଷମତା ୨୦ ମିନିଟ ମଧ୍ୟରେ ୯୦ ପ୍ରତିଶତ କମିଯାଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅବଶ୍ୟ, ପବନରେ ଉଡ଼ିବୁଲିବାର ପାଞ୍ଚ ମିନିଟ ମଧ୍ୟରେ, କରୋନା ଭୂତାଣୁ ସଂସ୍ପର୍ଶରେ ଆସୁଥିବା ଲୋକେ ଏହା ଦ୍ୱାରା ଆକାନ୍ତ ହୋଇଥାନ୍ତି। ତେବେ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପିନ୍ଧିବା ଦ୍ୱାରା ସଂକ୍ରମଣର ଆଶଙ୍କା କମି ଯାଇଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ଏହି ଗବେଷଣାରୁ ଜଣାପଡ଼ିଛି ଯେ, କରୋନା ଭୂତାଣୁ ଦ୍ୱାରା ପବନରେ ସଂକ୍ରମଣ କେବଳ ଅଳ୍ପ କିଛି ସମୟ ପାଇଁ ହୋଇଥାଏ। ଏପରିସ୍ଥଳେ ଶାରୀରିକ ଦୂରତା ଏବଂ ମାସ୍କ ପିନ୍ଧିବା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। କରୋନା ସଂକ୍ରମଣକୁ ରୋକିବାରେ ଏହା ଏକ ସୁଦୃଢ଼ ପଦକ୍ଷେପ ହୋଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ବ୍ରିଟେନ୍‌ର ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ଏରୋସୋଲ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ  ତଥା ଗବେଷଣାର ମୁଖ୍ୟ ପ୍ରଫେସର ଜୋନାଥନ ରିଡ କହିଛନ୍ତି ଯେ ଲୋକମାନେ କମ ବାୟୁ ଚଳାଚଳ କରୁଥିବା ସ୍ଥାନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ସଂକ୍ରମଣ ଏକ ମିଟର ଦୂରତା ମଧ୍ୟରେ ତଥା ବନ୍ଦ ଘରେ ଅଧିକ ହୋଇଥାଏ। ତେବେ ସଂକ୍ରମିତ ବ୍ୟକ୍ତିଙ୍କ ନିକଟତର ହେଲେ ସଂକ୍ରମଣର ଆଶଙ୍କା ଅଧିକ ଥାଏ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଜଣେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରେଇ ଗଲେ ଏରୋସୋଲ କମ ପ୍ରଭାବଶାଳୀ ହେବା ସହ ଭୂତାଣୁର ସଂକ୍ରାମକ କ୍ଷମତା ମଧ୍ୟ କମ ହୋଇଥାଏ। କାରଣ ସମୟ ବଢ଼ିବା ସହିତ ଭୂତାଣୁ ସଂକ୍ରମିତ ହେବାର କ୍ଷମତା ହରାଇଥାଏ ବୋଲି ସେ କହିଛନ୍ତି। ବାୟୁ ସଂସ୍ପର୍ଶରେ ଆସିବା ପରେ ଭୂିାଣୁର ସଂକ୍ରମଣ କରିବା କ୍ଷମତା କମିଯାଏ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପବନ ଭାଇରାଲ କଣିକାକୁ ଶୁଖାଇ ଦେଇଥାଏ। ବାୟୁରେ କାର୍ବନ ଡାଇଅକ୍ସାଇଡ ମାତ୍ରା ହ୍ରାସ ହେବାଦ୍ୱାରା ଭୂତାଣୁର ପିଏଚ୍‌ସ୍ତର ବଢ଼ିିଥାଏ। ଯାହା ଦ୍ୱାରା ଭୂତାଣୁ କମ ସଂକ୍ରମିତ ହୋଇଥାନ୍ତି। କରୋନା ଭୂତାଣୁ ସଂକ୍ରମଣରେ ଆର୍ଦ୍ରତା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଥିଲେ ଯେ ଶୁଖିଲା ପବନରେ କରୋନା ଭୂତାଣୁୁ ଆର୍ଦ୍ର ବାୟୁ ଅପେକ୍ଷା ଶୀଘ୍ର ସଂକ୍ରମଣ ଶକ୍ତି ହରାଇଥାଏ। ବାୟୁମଣ୍ଡଳରେ କରୋନା ଭୂତାଣୁ ତିନି ଘଣ୍ଟା ପରେ ଜୀବିତ ରହିପାରିଥାଏ।
ପାଞ୍ଚ ସେକେଣ୍ଡ ମଧ୍ୟରେ ଭୂତାଣୁ ପ୍ରାୟ ଅଧା ସଂକ୍ରମଣ ହରାଥାଏ। ପରବର୍ତ୍ତୀ ପାଞ୍ଚ ମିନିଟରେ ସଂକ୍ରମଣ ହାର ୧୯ ପ୍ରତିଶତକୁ ଖସିଯାଇଥାଏ।

Khansweb Solution Bhubaneswar

Leave A Reply

Your email address will not be published.