banner
Breaking

କ୍ୟାପିଟାଲ ହସ୍ପିଟାଲରେ କରୋନା

0

ଭୁବନେଶ୍ୱର,୬ା୧(ବ୍ୟୁରୋ): ରାଜଧାନୀସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଜଣେ ମ୍ୟାନେଜର ଜଣେ ଫାର୍ମାସିଷ୍ଟ ଅଛନ୍ତି। ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ବଢ଼ି ଚାଲିଥିବା ବେଳେ ପୁଣି ୪ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ନୟାପଲ୍ଲୀ ଓ ଭୀମପୁରର ଗୋଟିଏ ଲେଖାଏ ସ୍ଥାନ ଏବଂ ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.