banner
Breaking

ଫେବୃଆରୀରେ ଆସିବ ତୃତୀୟ ଲହର

0

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ଓଡିଶାରେ ତୃତୀୟ ଲହରକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସତର୍କ କରାଇଛନ୍ତି। ଫେବୃୟାରୀ ମାସ ବେଳକୁ ରାଜ୍ୟରେ ତୃତୀୟ ଲହର ପିକ୍‌ ନେଇପାରେ ବୋଲି ସେ କହିଛନ୍ତି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନାର ପ୍ରଥମ ଓ ଦ୍ବିତୀୟ ଲହର ୨ ମାସ ବିଳମ୍ବରେ ଆସିଥିଲା । ଆଇସିଏମ୍‌ଆର ଆକଳନ ଅନୁଯାୟୀ, ଯଦି ତୃତୀୟ ଲହର ଆସେ ତେବେ ଏହା ଖୁବ୍‌ଶୀଘ୍ର ଓଡିଶା ଆସିବ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଆମେ ପ୍ରସ୍ତୁତ ରହିଛୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି, ପେଡିଆଟ୍ରିକ ବିଭାଗ, ଅକ୍ସିଜେନ ଓ ମେଡିସିନ ସମ୍ପୂର୍ଣ୍ଣ ଭାବେ ମହଜୁଦ ଅଛି। ସର୍ଭେଲାନ୍ସ, ଟେଷ୍ଟିଂ, ଟ୍ରିଟ୍‌ମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.