banner
Breaking

ବଦଳିଲା କଟକଣା ୨୫, ୩୧ ଓ ୧ ରେ କେବଳ ଲାଗୁ ହେବ।

0

ଭୁବନେଶ୍ୱର : ସଂଶୋଧନ ହୋଇଛି ବଡ଼ଦିନ, ନୂଆବର୍ଷ ପାଳନ କଟକଣା ଅବଧି। ଏନେଇ ଶୁକ୍ରବାର ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଡିସେମ୍ବର ୨୫ରୁ ଜାନୁୟାରୀ ୨ ଯାଏ କଟକଣା ଲଗାଯାଇଥିଲା। ଏବେ ସଂଶୋଧନ ନିୟମ ଅନୁଯାୟୀ ବଡ଼ଦିନ ଡିସେମ୍ବର ୨୫ରେ କଟକଣା ରହିବ। ଏହାପରେ ପୁଣି ଡିସେମ୍ବର ୩୧ରୁ ଜାନୁୟାରୀ ୨ ଯାଏ କଟକଣା ଲାଗିବ।

ପ୍ରକାଶ ଯେ, ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ନେଇ କଟକଣା ଲଗାଯାଇଥିଲା। ତଦନୁଯାୟୀ ଡିସେମ୍ବର ୨୫ରୁ ଜାନୁୟାରୀ ୨, ୯ ଦିନ ଯାଏ କଟକଣା ରହିଥିଲା। କେବଳ ଚର୍ଚ୍ଚ ଭିତରେ ସୀମିତ ଲୋକରେ ବଡ଼ଦିନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିଭଳି ଜିରୋ ନାଇଟ୍‌ ସେଲିବ୍ରେଶନକୁ ବାରଣ କରାଯାଇଥିଲା। ଏବେ ଏହି କଟକଣାକୁ ସଂଶୋଧନ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.